Advertisement

ମତଦାନ ଅଧିକାର ସାବ୍ୟସ୍ତ କରିବେ ୪୦ ମନମୋହନ-୩ ଅମିତ ଶାହ-୪ ରାଜନାଥ

ଭୋପାଳ,୧।୫: ମଧ୍ୟପ୍ରଦେଶର ଭୋପାଳ ଲୋକ ସଭା ଆସନରେ ମେ ୧୨ରେ ୬ଷ୍ଠ ପର୍ଯ୍ୟାୟର ମତଦାନ କରାଯିବ। ଏଠାରେ ୪୦ରୁ ଅଧିକ ନାମଧାରୀ ଦିଗ୍‌ ବିଜୟ ସିଂ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ। ସେହିପରି ୨୧ ଜଣ ପ୍ରଜ୍ଞା ସିଂ ନାମଧାରୀ ମହିଳା ଭୋଟର ଭୋଟ ଦେବେ। ଚଳିତ ଥର ଏଠାରେ ୪୦ ଜଣ ମନମୋହନ ସିଂ ନାମଧାରୀ, ୩ ଅମିତ ଶାହ ଏବଂ ୪ ଜଣ ରାଜନାଥ ସିଂ ନାମଥିବା ଭୋଟର ଭୋଟ ଦେବେ ବୋଲି ସ୍ଥାନୀୟ ଭୋଟର ତାଲିକାରୁ ଜଣାପଡ଼ିଛି। ଏସବୁ ଭୋଟରଙ୍କ ନାମ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share