ମତଦାନ କେନ୍ଦ୍ରରେ ସ୍ପାଇଡର୍‌ମ୍ୟାନ

ଜାକର୍ତ୍ତା, ୧୮।୪: ଇଣ୍ଡୋନେସିଆରେ ରାଷ୍ଟ୍ରପତି ଓ ସଂସଦୀୟ ପ୍ରତିନିଧି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ମତଦାନ କେନ୍ଦ୍ରରେ ସ୍ପାଇଡରମ୍ୟାନ୍‌ ଡ୍ରେସ୍‌ରେ କିଛି ଯୁବକ ଭୋଟରଙ୍କୁ ଭୋଟ ଲାଗି ଉତ୍ସାହିତ କରିଥିଲେ। ଏପ୍ରିଲ ୧୭ରେ ଅନୁଷ୍ଠିତ ଏହି ନିର୍ବାଚନରେ ମତଦାନ ପାଇଁ ଭୋଟରଙ୍କ ଅଜବ ଉତ୍ସାହ ଦେଖିବାକୁ ମିଳିଥିଲା। ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକେ ଡଙ୍ଗା ଏବଂ ଟାୟାର ଉପରେ ବସି ଆସି ମତଦାନ କରିଥିଲେ। ସୂଚନାଯୋଗ୍ୟ, ଇଣ୍ଡୋନେସିଆରେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଅସମ୍ବାଳ ହୋଇଛି।

Share