ମତଦାନ ସାବ୍ୟସ୍ତ କଲେ ଦିଲ୍ଲୀର ୧୧୦ ବର୍ଷୀୟା ଭୋଟର

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ସକାଳୁ ମତଦାନ ଆରମ୍ଭ ହୋଇଯାଇଛି। ଏଥିରେ ନୂଆ ଭୋଟରଙ୍କ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଗ୍ରେଟର କୈଳାଶର ଚିତ୍ତରଞ୍ଜନ ପାର୍କ ନିକଟରେ ଥିବା ଏସ୍‌ଡିଏମ୍‌ସି ପ୍ରାଇମେରୀ ସ୍କୁଲରେ ୧୧୦ ବର୍ଷୀୟା କାଲିତରା ମଣ୍ଡଳ ଭୋଟ ଦେଇଛନ୍ତି। ସେ ଦିଲ୍ଲୀର ସବୁଠାରୁ ଅଧିକ ବୟସର ଭୋଟର ଭାବେ ନିଜର ଅଧିକାର ସାବ୍ୟସ୍ତ କରିଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ବିଧାନସଭାର ୭୦ ଆସନ ପାଇଁ ଶନିବାର ସକାଳୁ ଭୋଟ ଗ୍ରହଣ ଆରମ୍ଭ କରାଯାଇଥିବା ବେଳେ ଦିନ ୧୧ଟା ପର୍ଯ୍ୟନ୍ତ ପ୍ରାୟ ଶାନ୍ତି ଶୃଙ୍ଖଳାର ସହ ମତଦାନ କରାଯାଉଛି।

Share