Categories: ଖେଳ

ମତଦାନ ସାବ୍ୟସ୍ତ କଲେ ସଚିନ ତେନ୍ଦୁଲକର

ମୁମ୍ବାଇ,୨୧।୧୦: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ସୋମବାର ନିଜ ମତଦାନ ସାବ୍ୟସ୍ତ କରିଛନ୍ତି। ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନ ପାଇଁ ଭୋଟିଂ ପ୍ରକ୍ରିୟା ଚାଲିଥିବାବେଳେ ସଚିନ ସ୍ତ୍ରୀ ଅଞ୍ଜଳି ଏବଂ ପୁଅ ଅର୍ଜୁନଙ୍କ ସହ ଭୋଟ ଦେବା ପାଇଁ ପହଞ୍ଚିଥିଲେ। ବାନ୍ଦ୍ରା ପୋଲିଂ ବୁଥ୍‌ରେ ଭୋଟ ଦେବାକୁ ଯାଇଥିବା ସଚିନଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ ଜମିଥିଲା। ଏପରିକି ପୋଲିଂ ବୁଥ୍‌ର କର୍ମଚାରୀମାନେ ଏକ ବଲ୍‌ରେ ସଚିନଙ୍କଠାରୁ ଅଟୋଗ୍ରାଫ୍‌ ନେଇଥିଲେ। ଏହାପରେ ସଚିନ ନିଜ ଟୁଇଟରରେ ଲୋକଙ୍କୁ ଭୋଟ ଦେବା ପାଇଁ ପ୍ରବର୍ତ୍ତାଇଛନ୍ତି।

Share