ମତୁଆଲା କରିବ ଶୁଶାନ୍ତଙ୍କ ସହ ଜ୍ୟାକଲିନଙ୍କ ରୋମାନ୍ସ

ମୁମ୍ବାଇ: ବଲିଉଡ୍‌ ମୁଭି ‘ଛିଛୋରୋ’ବକ୍ସ ଅଫିସରେ ଜବରଦସ୍ତ କଲେକଶନ୍‌ କରିବା ପରେ ଏବେ ଶୁଶାନ୍ତ ସିଂ ରଜପୁତଙ୍କ ଫିଲ୍ମ ‘ଡ୍ରାଇଭ୍‌’ ରିଲିଜ୍‌ ହେବାକୁ ଯାଉଛି। ଏଥିରେ ଶୁଶାନ୍ତଙ୍କ ସହ ନଜର ଆସିବେ ବଲିଉଡ୍‌ ବିୟୁଟି ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌। ଉଭୟଙ୍କ ରୋମାନ୍ସରେ ଦର୍ଶକେ ମତୁଆଲା ହେବେ ବୋଲି ଅନୁମାନ କରାଯାଉଛି। କାରଣ ଟ୍ରେଲର୍‌ ରିଲିଜ୍‌ ହେବା ପରେ ଏହା ସ୍ପଷ୍ଟ ହୋଇଛି। ଏହି ଫିଲ୍ମ ବେଶ୍‌ କିଛିଦିନ ହେବ ଚର୍ଚ୍ଚାରେ ଥିବା ବେଳେ ଏହା ଥିଲଟରରେ ନୁହେଁ ନେଟଫ୍ଲିକ୍ସରେ ରିଲିଜ୍‌ ହେବ। ପ୍ରଥମଥର ପାଇଁ ଶୁଶାନ୍ତ ଓ ଜ୍ୟାକଲିନଙ୍କ ଯୋଡି ଦେଖିବାକୁ ମିଳିବ। ସେଥିପାଇଁ ଦର୍ଶକେ ବେଶ୍‌ ଉତ୍ସାହିତ ଅଛନ୍ତି। ଧର୍ମା ପ୍ରଡକସନ୍‌ ବ୍ୟାନରରେ ନିର୍ମାଣ କରାଯାଇଥିବା ଏହି ଫିଲ୍ମ ପ୍ରଥମଥର ଲାଗି ଅରିଜନାଲ ଫିଲ୍ମ ଭାବେ ନେଟଫ୍ଲିକ୍ସରେ ରିଲିଜ୍‌ ହେବାକୁ ଯାଉଛି।

Share