Advertisement

ମତୁଆଲା କଲା ନୋରାଙ୍କ ଡ୍ୟାନ୍ସ

ମୁମ୍ବାଇ: ନିଜର ଧମାକେଦାର ଡ୍ୟାନ୍ସ ପାଇଁ ବଲିଉଡ୍‌ରେ ବେଶ୍‌ ଲୋକପ୍ରିୟ ହୋଇଛନ୍ତି ନୋରା ଫତେହି। ଏବେ ଫ୍ୟାନ୍‌ମାନଙ୍କୁ ମତୁଆଲା କରିବା ପାଇଁ ନୋରା ପୁଣିଥରେ ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ସାଇଡ୍‌ରେ ଶେୟାର କରିଛନ୍ତି। ଯାହା ଫ୍ୟାନ୍‌ମାନଙ୍କୁ ବେଶ୍‌ ଭଲ ଲାଗିଛି। ଏହି ଭିଡିଓଟିକୁ ଇନ୍‌ଷ୍ଟାଗ୍ରାମରେ ୩ କୋଟିରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଲେଣି। ସେ ଏହାକୁ ଶେୟାର କରି ନ୍ୟୁଜିଲାଣ୍ଡର ଜଣାଶୁଣା କୋରିଓଗ୍ରାଫର ପ୍ୟାରିସ୍‌ ଗୋଇବେଲଙ୍କୁ ଟ୍ୟାଗ୍‌ କରିଛନ୍ତି। ସେ ତାଙ୍କ ଷ୍ଟାଇଲ୍‌ରେ ଡ୍ୟାନ୍ସ କରିବାକୁ ସବୁବେଳେ ଚାହୁଁଥିଲେ ବୋଲି କ୍ୟାପ୍‌ସନ୍‌ରେ ଲେଖିଛନ୍ତି। ତେବେ ଇଣ୍ଟରନେଟ୍‌ରେ ତାଙ୍କ ଯାଦୁ ଛାଇ ରହିଛି। ତାଙ୍କ ବୋଲ୍ଡ ଅନ୍ଦାଜ୍‌ର ସମସ୍ତେ ଫ୍ୟାନ୍‌। ନିକଟରେ ରେମୋ ଡିସୁଜାଙ୍କ ଷ୍ଟ୍ରିଟ୍‌ ଡ୍ୟାନ୍‌ସର୍‌ ମୁଭିରେ ନୋରା ନଜର୍‌ ଆସିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share