ମତ୍ସଜୀବୀଙ୍କ ଜାଲରେ ପଡ଼ିଲା ମୟୂର ଭଳି ବିରଳ ମାଛ

ରାଜନଗର,୧।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ଅଞ୍ଚଳର ମତ୍ସଜୀବୀ ମଦନ ଦେବନାଥ ଟ୍ରଲର ଯୋଗେ ସମୁଦ୍ରରେ ମାଛ ଧରୁଥିବା ବେଳେ ଶୁକ୍ରବାର ଏକ ବିରଳ ମାଛ ଧରିଛନ୍ତି। ମାଛଟି ଦେଖିବାକୁ ଲମ୍ବାଳିଆ ହୋଇଥିବା ବେଳେ ମୁହଁଟି ଥଣ୍ଟ ଆକୃତିର ହୋଇଛି। ଏହାକୁ ‘ମୟୁର ମାଛ’ ବୋଲି ଅନେକେ କହୁଛନ୍ତି। ଏଭଳି ମାଛ ପୂର୍ବରୁ ସେମାନେ ଦେଖି ନ ଥିବା ପ୍ରକାଶ କରିଛନ୍ତି। ମାଛର ମୂଲ୍ୟ କିଲୋ ପ୍ରତି ୫ରୁ ୧୦ହଜାର ହେବ ବୋଲି ମତ୍ସଜୀବୀ ଅନୁମାନ କରୁଛନ୍ତି। ଏପରିକି ଓଜନ ୨୫ କିଗ୍ରା ହୋଇଥିବାରୁ ମୂଲ୍ୟ ଲକ୍ଷାଧିକ ହେବ ବୋଲି କୁହାଯାଉଛି। ଖବର ପ୍ରଚାରିତ ହେବା ପରେ ମାଛକୁ ଦେଖିବା ଲାଗି ଦେଖଣାହାରୀଙ୍କ ଭିଡ ଜମିଥିଲା।

Share