ମତ୍ସ୍ୟଜୀବୀଙ୍କ ଜାଲରେ ସାଙ୍କୁଚ

ମାଧପୁର, ୭।୧୦: ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କନ୍ଧପଡା ପଞ୍ଚାୟତ ବେଲଦୁଲା ଗ୍ରାମର ଜଣେ ମତ୍ସ୍ୟଜୀବୀ ରବିବାର ମହାନଦୀରୁ ବିରଳ ପ୍ରଜାତିର ସାଙ୍କୁଚ ମାଛ ଧରିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସନ୍ଧ୍ୟା ୫ଟାରେ ମତ୍ସ୍ୟଜୀବୀ ପତି ଲୋଇ ନଦୀରୁ ମାଛ ଧରୁଥିବାବେଳେ ତାଙ୍କ ଜାଲରେ ସାଙ୍କୁଚ ପଡିଥିଲା। ସାଧାରଣତଃ ଏହା ସମୁଦ୍ରରେ ଦେଖାଯାଉଥିବାବେଳେ ମହାନଦୀରୁ ଧରା ପଡିବା ଖବର ଜଣାପଡିବା ପରେ ନଦୀକୂଳରେ ଲୋକଙ୍କ ଭିଡ଼ ଜମିଥିଲା। ଉକ୍ତ ମାଛର ଓଜନ ୨ କେଜିରୁ ଅଧିକ ହେବ ବୋଲି ମତ୍ସ୍ୟଜୀବୀ ପତି ଲୋଇ ସୂଚନା ଦେଇଛନ୍ତି।

Share