ମତ୍ସ୍ୟ ବିଭାଗ ସଚିବଙ୍କ ବରଗଡ଼ ଗସ୍ତ: ଅଧିକାରୀଙ୍କୁ କଲେ ତାଗିଦ

ଅତାବିରା,୬।୧୨(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗର କମିଶନର ତଥା ସଚିବ ଆର୍‌. ରଘୁ ପ୍ରସାଦ ଶନିବାର ବରଗଡ଼ ଜିଲା ଗସ୍ତରେ ଆସି ଜିଲାର ବିଭିନ୍ନ ଅଞ୍ଚଳ ବୁଲିଛନ୍ତି। ଭେଡେନ୍‌ ବ୍ଲକ ଅନ୍ତର୍ଗତ ଡାଲବ ଗ୍ରାମରେ ମାଛଚାଷ ପାଇଁ ମୋ ପୋଖରୀ ଯୋଜନାରେ ଖୋଲା ଯାଇଥିବା ପୋଖରୀକୁ ବୁଲି ଦେଖିଥିଲେ। ପରିଦର୍ଶନ ସମୟରେ ତାଙ୍କ ସହିତ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଦୌଲତ ଚନ୍ଦ୍ରକାର, ଜିଲା ମତ୍ସ୍ୟ ଅଧିକାରୀ ଫିଲିସିତା ଲାକ୍ରା, ଭେଡେନ୍‌ ବିଡିଓ ମୁରଲୀଧର ନାଏକ, ଜିଲା କୃଷି ବିଭାଗର ବୀରେନ ଛୁରିଆ, ସୀତାଂଶୁ ଶେଖର ବେହେରା, ଭେଡେନ ସିଡିପିଓ ଝୁନୁରାଣୀ ପାତ୍ର, ସୁପରଭାଇଜର ଅନିତା ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ। ମତ୍ସ୍ୟ ଚାଷ ପାଇଁ ଚାଷୀଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ପ୍ରଦାନ ପାଇଁ ମତ୍ସ୍ୟ ସଚିବ ଉପସ୍ଥିତ ଅଧିକାରୀମାନଙ୍କୁ ତାଗିଦ କରିଥିଲେ।