Categories: ଜାତୀୟ

ମତ ବଦଳାଇଲେ ଶାହ: ହିନ୍ଦୀକୁ ଦ୍ୱିତୀୟ ଭାଷା କରିବା ଲାଗି ପ୍ରସ୍ତାବ ଦେଇଥିଲି

ନୂଆଦିଲ୍ଲୀ,୧୯ା୯: ହିନ୍ଦୀ ଦିବସରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହଙ୍କ ‘ଏକ ଦେଶ ଏକ ଭାଷା’ ନୀତି ପ୍ରଚଳନ ପ୍ରସ୍ତାବକୁ ନେଇ ବିବାଦ ଜୋର ଧରିଥିବାବେଳେ ବୁଧବାର ସେ ମତ ବଦଳାଇଛନ୍ତି। କୌଣସି ଆଞ୍ଚଳିକ ଭାଷା ବଦଳରେ ହିନ୍ଦୀକୁ କାର୍ଯ୍ୟକାରୀ କରିବା କଥା ସେ କହି ନ ଥିଲେ, ବରଂ ଏହାକୁ ଶିକ୍ଷାଦାନ ଲାଗି ଦ୍ୱିତୀୟ ଭାଷା ଭାବେ ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଥିଲେ ବୋଲି ଶାହ ରାଞ୍ଚତ୍ରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି।
ହିନ୍ଦୀ ଦିବସରେ ସେ ଯାହା କହିଥିଲେ ତାକୁ ଭୁଲ୍‌ ଉପସ୍ଥାପନା କରାଯାଇଛି। ସେ ଗୁଜରାଟରୁ ଆସିଛନ୍ତି, ଯେଉଁଠି ହିନ୍ଦୀ ନୁହେଁ ଗୁଜରାଟୀ ପ୍ରାଥମିକ ଭାଷା। ତାଙ୍କ ଉଦ୍‌ବୋଧନକୁ ଲୋକେ ଭଲଭାବେ ଶୁଣନ୍ତୁ ବୋଲି ଶାହ କହିଛନ୍ତି। ଯଦି କେହି ଏହାକୁ ନେଇ ରାଜନୀତି କରେ ତେବେ ତାଙ୍କର କିଛି କହିବାର ନାହିଁ। ସୂଚନାଯୋଗ୍ୟ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ‘ଏକ ଦେଶ ଏକ ଭାଷା’ ନୀତିକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିରୋଧ କରାଯାଇଥିଲା।

Share