ମଥୁରାରେ ଅଗ୍ନିକାଣ୍ଡ, ଜଳିଗଲା ୬ ବଖରା

ବ୍ରହ୍ମପୁର ଅଫିସ,୧୧।୬- ପୋଲସରା ବ୍ଲକ ମଥୁରା ଗ୍ରାମ ପାଇକ ସାହିରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩ ପରିବାରର ୬ ବଖରା ଘର କ୍ଷତିଗ୍ରସ୍ତ ହୋଇଛି। ଝୁଲୁ ରାଉତ, ଶଙ୍କର ରାଉତ ଓ ମହରଗ ରାଉତଙ୍କ ୨ ବଖରା ଲେଖାଏଁ ଘର ପୋଡ଼ି ପାଉଁଶ ହୋଇଯାଇଛି। ଏଥିସହିତ ପ୍ରାୟ ୮୦ ରୁ ୯୦ ହଜାର ଟଙ୍କାର ଜିନିଷପତ୍ର ନଷ୍ଟ ହୋଇଥିବା ଅଗ୍ନିଶମ ବିଭାଗ କର୍ମଚାରୀ ସୂଚନା ଦେଇଥିଲେ। ଅଗ୍ନିକାଣ୍ଡ ଖବର ଶୁଣି ପୋଲସରା ଅଗ୍ନିଶମ କେନ୍ଦ୍ରର ମୁଖ୍ୟ ଆଗ୍ନେୟକ ରାଜେନ୍ଦ୍ର ସ୍ବାଇଁଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ।

Share