Advertisement

ମଥୁରା ଜନ୍ମାଷ୍ଟମୀ ଉତ୍ସବରେ ଯୋଗ ଦେବେ ଯୋଗୀ

ମଥୁରା,୨୩।୮: ସାରା ଦେଶରେ ଶୁକ୍ରବାର ଭଗବାନ୍‌ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ‘ଜନ୍ମାଷ୍ଟମୀ’ ଉତ୍ସବ ଖୁବ୍‌ ଆଡମ୍ବରରେ ପାଳନ କରାଯାଉଛି। ହେଲେ ମଥୁରାରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଭିନ୍ନ ଧରଣରେ ଜନ୍ମାଷ୍ଟମୀ ପାଳନ କରାଯାଉଛି। ଅଗଷ୍ଟ ୨୩ରୁ ୨୫ ତିନି ଦିନ ଧରି ଏଠାରେ ‘ଶ୍ରୀ କ୍ରିଷ୍ଣୋତ୍ସବ’ ପାଳନ କରାଯାଉଥିବା ବେଳେ ଏବର୍ଷ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଠାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାସହ ଉତ୍ତର ପ୍ରଦେଶର ଅନ୍ୟ ଭାଜପା ନେତା, ମଥୁରା ଏମ୍‌ପି ତଥା ବଲିଉଡ୍‌ ନାୟିକା ହେମା ମାଳିନୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୧ହଜାର କଳାକାର ପ୍ରୋସେଶନରେ ବାହାରିବା ସହ ଅଗଷ୍ଟ ୨୫ରେ ଭଜନ ଗାୟକ ଅନୁପ ଜଲୋଟା ମଧ୍ୟ ଭଜନ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ମୁମ୍ବାଇର ଏକ ଦଳ ‘ଦହି ହାଣ୍ଡି’ଉତ୍ସବରେ ଭାଗ ନେବେ ବୋଲି ଜଣାପଡିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share