ମଦବନ୍ଦ ଦାବିରେ ରାସ୍ତାକୁ ଓହ୍ଲାଇଲେ ମହିଳା

ବାଲିଗୁଡା,୧ା୫(ଡି.ଏନ୍‌.ଏ.)- ବାଲିଗୁଡା ବ୍ଲକ ବରଖମା ଗ୍ରାମରେ ଦେଶୀ ମଦ ବନ୍ଦ କରିବା ପାଇଁ ମହିଳାସଂଘ ଶୋଭାଯାତ୍ରା କରିବା ସହ ବିକ୍ରି କରୁଥିବା ଲୋକଙ୍କ ଘରକୁ ଯାଇ ମଦକୁ ଫୋପାଡିବା ସହ ହାଣ୍ଡିହଣ୍ଡା ସବୁ ଭାଙ୍ଗିଛନ୍ତି। କରୋନା ମହାମାରୀକୁ ନେଇ ସାରା ବିଶ୍ୱ ଥରହର ହେଉଥିବାବେଳେ ମଦ ଓ ତମାଖୁ ଦ୍ରବ୍ୟ ବାରଣ କରିଛନ୍ତି ସରକାର। ମାତ୍ର ଏହାକୁ ବେଖାତିର କରି ବହୁ ନିଶାସକ୍ତ ମଦ ପିଇ ଘରେ ବିଶୃଙ୍ଖଳା କରୁଛନ୍ତି। ଏନେଇ ବାରଖମାର ନାରୀ ସଙ୍ଘ ରାଜରାସ୍ତାକୁ ଓହ୍ଲାଇଛି। ସେମାନଙ୍କ କହିବା ଅନୁଯାୟୀ, ସେମାନେ ମଦ ବେପାରୀଙ୍କ ଘରକୁ ଯାଇ ମଦ ବିକ୍ରି ବନ୍ଦ କରିବେ, ମଦକୁ ଜବତ କରି ଥାନା ଅଧିକାରୀକୁ ହସ୍ତାନ୍ତର କରିବେ।

Share