ମଦମୁକ୍ତ ଅଞ୍ଚଳ ଦାବିରେ ମହିଳାଙ୍କ ପଦଯାତ୍ରା

ରେମୁଣା, ୩୦।୧୦(ଡି.ଏନ.ଏ.)-ରେମୁଣା ଥାନା ଅଧୀନ କଲ୍ୟାଣପୁର ପଞ୍ଚାୟତରେ ଦେଶୀମଦ କାରବାର ଦିନକୁ ଦିନ ବୃଦ୍ଧି ପାଉଛି। ଘରର ପୁରୁଷମାନେ ମଦ୍ୟପାନ କରି ନାନା ବିଶୃଙ୍ଖଳା ଘଟାଉଥିବାରୁ ଏଥିରେ ଅତିଷ୍ଠ ହୋଇ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ପଞ୍ଚାୟତକୁ ସମ୍ପୂର୍ଣ୍ଣ ମଦ ମୁକ୍ତ କରିବା ଦାବିରେ ପୋଲିସର ସହାୟତା ଲୋଡ଼ି ମଙ୍ଗଳବାର ଶହ ଶହ ସଂଖ୍ୟାରେ ମହିଳା ଓ ଯୁବତୀ ପଞ୍ଚାୟତ ପରିକ୍ରମା କରିଛନ୍ତି। ସେମାନେ ପଦଯାତ୍ରା କରି ମଦ ବିରୋଧରେ ସଚେତନତା ସୃଷ୍ଟି କରିବା ସହ ଆନ୍ଦୋଳନ ଡାକରା ଦେଇଛନ୍ତି। ଏହି ପଦଯାତ୍ରାରେ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଓ ସାଧାରଣ ଗୃହିଣୀ ଅଂଶଗ୍ରହଣ କରିଥିଲେ। ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ପ୍ରତି ସରକାର କଠୋର କାଯର୍‌ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଥିଲେ। ଏଥିରେ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ସମିତିସଭ୍ୟ ଅଶୋକ ରାଉତ, ଯୁବନେତା ବଣୁଆ ସାହୁ, ସ୍ବୟଂ ସହାୟିକା ଗୋଷ୍ଠୀ ମହାସଂଘ ସଭାନେତ୍ରୀ ବାସନ୍ତୀ ପାକଳ ପ୍ରମୁଖ ନେତୃତ୍ୱ ନେଇଥିଲେ। ଗାଙ୍ଗପୁରାଠାରୁ ପଦଯାତ୍ରା ଆରମ୍ଭ ହୋଇ ଶ୍ରୀରାମପୁର, ଗୁଣୁଦା, ତାଳମେଢ଼ୀ, ପାଳସିଆ, କଲ୍ୟାଣପୁର, ଆଳଦା, ମାକନ୍ଦା ଗଁା ପରିକ୍ରମା କରି ହଳଦିଆଠାରେ ଶେଷ ହୋଇଥିଲା। ଏଥିରେ ବନମାଳୀ ପରିଡ଼ା, ନରେନ୍ଦ୍ର ସାହୁ, ସରୋଜିନୀ ବାରିକ, ସୁକାନ୍ତି ମାଝି, ରେବତୀ ମହାନ୍ତି, ଜୟଶ୍ରୀ ଦାସ, କବିତା ବିଶ୍ୱାଳ, ମନିତୀ ପ୍ରଧାନ, ଯଶୋକ ମଞ୍ଜରୀ ନାଥ, ନମିତା ମହାଳିକ, ଗୋମତି ବାରିକ, ସୁଶାନ୍ତ ନାଟୁଆ ପ୍ରମୁଖ ମଦ ବିରୋଧୀ ବକ୍ତବ୍ୟ ଦେଇଥିଲେ।