Categories: ଜାତୀୟ

ମଦର ଟେରେସା ସିଷ୍ଟର କନ୍‌ସିଲିଆଙ୍କୁ ଜାମିନ

ରାଞ୍ଚତ୍,୧ା୧୦-ଶିଶୁ ଚୋରାଚାଲାଣ ଅଭିଯୋଗରେ ଗିରଫ ମିଶନାରିଜ୍‌ ଅଫ ଚାରିଟି ସଦସ୍ୟା ତଥା ଅନ୍ୟତମ ମଦର ଟେରେସା ସିଷ୍ଟର କନ୍‌ସିଲିଆ ବାକ୍ସଲାଙ୍କୁ ଜାମିନ ମିଳିଛି। ୮ ମାସ ପୂର୍ବେ ଗିରଫ ହୋଇଥିବା କନ୍‌ସିଲିଆଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ଝାଡ଼ଖଣ୍ଡର ନିର୍ମଳ ହୃଦୟ କନ୍‌ଭେଣ୍ଟରୁ ଶିଶୁ ଚାଲାଣ କରିବା ଅଭିଯୋଗରେ ୨୦୧୮ ଜୁଲାଇ ୫ରେ ସିଷ୍ଟର କନ୍‌ସିଲିଆ ଓ କନ୍‌ଭେଣ୍ଟ କର୍ମଚାରୀ ଅନିମା ଇନ୍ଦଓ୍ବରଙ୍କୁ ଗିରଫ କରାଯାଇଥିଲା। ପୂର୍ବରୁ ଅନିମା ଜାମିନରେ ଆସିଥିଲେ।

Share