Advertisement
Categories: ଜାତୀୟ

‘ମଦ’ର ହୋମ୍‌ ଡେଲିଭରି ଦେବେ ଛତିଶଗଡ଼ ସରକାର

ରାୟପୁର,୫।୫: ଲକ୍‌ଡାଉନ ୩.୦ ପରେ ଦେଶର ବିଭିନ୍ନ ସ୍ଥାନକୁ ୩ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ଗ୍ରୀନ୍‌, ଅରେଞ୍ଜ ଓ ରେଡ୍‌ ଜୋନକୁ ଦେଖି ଲକ୍‌ଡାଉନ ନିୟମରେ କୋହଳ ମଧ୍ୟ କରାଯାଇଛି। ମଙ୍ଗଳବାର ଛତିଶଗଡ଼ ସରକାର ମଦପ୍ରେମୀଙ୍କ ପାଇଁ ଆଣିଛନ୍ତି ଖୁସି ଖବର। ମଦ ଦୋକାନ ସାମ୍ନାରେ ଭିଡ କମାଇବା ପାଇଁ ଛତିଶଗଡ଼ରେ ଥିବା ଗ୍ରୀନ ଜୋନ୍‌ରେ ସରକାର ‘ମଦ’ର ହୋମ୍‌ ଡେଲିଭରି ଦେବେ ବୋଲି ଜଣାପଡିଛି। ତେବେ କେବଳ ଗ୍ରୀନ୍‌ ଜୋନ୍‌ରେ ଥିବା ଲୋକଙ୍କୁ ଏହି ସୁବିଧା ମିଳିପାରିବ ବୋଲି କୁହାଯାଇଛି। ଜଣେ ଗ୍ରାହକ ଅନ୍‌ଲାଇନରେ ୫ହଜାର ମିଲିଲିଟର ପର୍ଯ୍ୟନ୍ତ ମଦ ଅର୍ଡର କରିପାରିବେ ଓ ଏଥିପାଇଁ ତାଙ୍କୁ ଡେଲିଭରୀ ଚାର୍ଜେସ ୧୨୦ ଟଙ୍କା ଦେବାକୁ ପଡିବ। ସୂଚନାଯୋଗ୍ୟ, ସୋମବାରଠାରୁ ଲକ୍‌ଡାଉନ ୩.୦ ଲାଗୁ ହେବାପରେ ବିଭିନ୍ନ ରାଜ୍ୟରେ ମଦ ଦୋକାନ ଖୋଲା ରହିବ ବୋଲି ଘୋଷଣା କରଯାଇଥିଲା। ଆଉ ସୋମବାର ମଦ ଦୋକାନ ସାମ୍ନାର ଚିତ୍ର ଥିଲା ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ଲୋକେ କରୋନା ସଂକ୍ରମଣକୁ ଯେମିତି ସମ୍ପୂର୍ଣ୍ଣ ଭୂଲି ଯାଇଥିଲେ। କେଉଁଠି କେଉଁଠି ମଦ ଟିକେ ପାଇଁ ଲୋକଙ୍କ ମଧ୍ୟରେ ଲାଗି ଯାଇଥିଲା ପ୍ରତିଯୋଗୀତା। ରାଜଧାନୀ ଦିଲ୍ଲୀରେ ଲୋକ ସୋସିଆଲ ଡିଷ୍ଟାନସିଂକୁ ଭୁଲି ଲମ୍ବା ଲମ୍ବା ଲାଇନରେ ପରସ୍ପରରର ପାଖାପାଖି ଠିଆ ହୋଇ ମଦ କିଣୁଥିବା ଦେଖାଯାଇଥିଲା। ଏହାପରେ ପୋଲିସ ପକ୍ଷରୁ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share