ମଦ୍ରାସାରେ ଗୋମାତାଙ୍କ ସେବା କରନ୍ତି ଶିକ୍ଷାର୍ଥୀ

ମଧ୍ୟପ୍ରଦେଶ ରାଜଧାନୀ ଭୋପାଳକୁ ଲାଗି ରହିଥିବା ତୁମଡା ଗାଁରେ ଗଢି ଉଠିଥିବା ଦାରୁଲ ଉଲୁମ ହୁସେନିୟା ମଦ୍ରାସା ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଏଠାରେ ମୁସଲମାନ ପିଲାମାନେ କେବଳ ପାଠ ପଢୁ ନାହାଁନ୍ତି ବରଂ ସେଠାରେ ଥିବା ଏକ ଗୋଶାଳାରେ ଗୋମାତାଙ୍କ ସେବା କରୁଛନ୍ତି। ଏହି ମଦ୍ରାସାରେ ପ୍ରାୟ ୨ଶହ ଛାତ୍ର ପାଠ ପଢୁଥିବା ବେଳେ ସେମାନଙ୍କୁ ଇସ୍‌ଲାମିକ ଶିକ୍ଷା ସହ ଆଧୁନିକ ଯେପରିକି ହିନ୍ଦୀ ଓ ଇଂଲିଶ ମଧ୍ୟ ଶିକ୍ଷା ଦିଆଯାଇଥାଏ। କେବଳ ସେତିକି ନୁହେଁ ପିଲାମାନଙ୍କୁ ଦେଶଭକ୍ତି ମଧ୍ୟ ଶିକ୍ଷା ଦିଆଯାଇଥାଏ। ସକାଳେ ମଦ୍ରାସାରେ ଶିକ୍ଷା ଦିଆଯାଇଥାଏ। ଏହାପରେ ପିଲାମାନଙ୍କୁ ପାଳିକରି ଗୋଶାଳା ପଠାଯାଇଥାଏ। ଗୋମାତାଙ୍କୁ ଗାଧୋଇ ଦେବାଠାରୁ ଆରମ୍ଭ କରି ଘାଷ ଖାଇବାକୁ ଦେବା ପର୍ଯ୍ୟନ୍ତ ପିଲାମାନେ ସବୁ କାମ କରନ୍ତି। ଆଉ ଗାଈଙ୍କଠାରୁ ମିଳୁଥବା କ୍ଷୀରକୁ ପିଲାମାନଙ୍କୁ ପିଇବାକୁ ଦିଆଯାଇଥାଏ।

Share