Categories: ଜାତୀୟ

ମଦ୍ରାସାରେ ଦିଆଯିବ ଏନ୍‌ସିସି ଏବଂ ଏନ୍‌ଏସ୍‌ଏସ୍‌ ପ୍ରଶିକ୍ଷଣ

ଲକ୍ଷ୍ନୌ,୧୩।୧୧: ଏଣିକି ଉତ୍ତରପ୍ରଦେଶର ସମସ୍ତ ମଦ୍ରାସାରେ ଏନ୍‌ସିସି ଏବଂ ଏନ୍‌ଏସ୍‌ଏସ୍‌ ପ୍ରଶିକ୍ଷଣ ଦିଆଯିବ। ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ମଦ୍ରାସା ଶିକ୍ଷାର୍ଥୀଙ୍କୁ ସାମାଜିକ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ। ଏନେଇ ବୁଧବାର ରାଜ୍ୟ ମଦ୍ରାସା ବୋର୍ଡ ରେଜିଷ୍ଟାର ରାଘବେନ୍ଦ୍ର ସିଂ  ସୂଚନା ଦେଇଛନ୍ତି। ମଦ୍ରାସା ଶିକ୍ଷାର୍ଥୀଙ୍କ ମଧ୍ୟରେ ଭାଇଚାରା ଏବଂ ନିରପେକ୍ଷତା ଏହା ଦ୍ୱାରା ବୃଦ୍ଧି ପାଇପାରିବ ବୋଲି ସେ କହିଛନ୍ତି।

Share