ମଦ୍ରାସାରେ ବିବାହ କଲେ ୭୬ ମୁସଲମାନ, ୨୫ ହିନ୍ଦୁ ଯୋଡି

ବେଲାଗଭି,୨୨।୨: ସାମ୍ପ୍ରଦାୟିକ ସଦ୍‌ଭାବର ଏକ ବଡ ଉଦାହରଣ ଦେଖିବାକୁ ମିଳିଛି କର୍ନାଟକ ବେଲାଗଭିରେ ଥିବା ଏକ ମଦ୍ରାସାରେ। ଶୁକ୍ରବାର ଏହି ମଦ୍ରାସା ପରିସରରେ ଏକ ସାମୁହିକ ବିବାହ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ୭୬ ମୁସଲମାନ ଓ ୨୫ ହିନ୍ଦୁ ଯୋଡି ବିବାହ କରିଥିଲେ। ବେଲାଗଭି ଜିଲା ମୁଖ୍ୟାଳୟଠାରୁ ଏହା ୫୦ କିଲୋମିଟର ଦୂର ଓ ବେଙ୍ଗାଲୁରରୁ ୪୮୦ କିଲୋମିଟର ଦୂର ବେଲିହଙ୍ଗଲଠାରେ ଥିବା ମଦ୍ରାସା ଅଲ ଅରବିୟା ଅନବାରୁଲ ଉଲୁମାରେ ଏହି ସାମୁହିକ ବିବାହର ଆୟୋଜନ କରାଯାଇଥିଲା। ଏହାର ଆୟୋଜନ କରିଥିଲେ ଜାମିଆ ଫୈଜାନ-ଉଲ-କୁରାନ ଓ ଇସା ଫାଉଣ୍ଡେଶନ। ଏହି ଇସା ଫାଉଣ୍ଡେଶନ ଗୁଜରାଟରେ ଅନେକ ସମୟରେ ସାମୁହିକ ବିବାହର ଆୟୋଜନ କରିଥାଏ।

Share