ମଦ୍ରାସା ପରୀକ୍ଷା ଫଳ ପ୍ରକାଶିତ

ଭୁବନେଶ୍ୱର, ୧।୬(ବ୍ୟୁରୋ): ଚଳିତ ବର୍ଷ ମାଦ୍ରାସାର ବିଭିନ୍ନ ବର୍ଗର ପରୀକ୍ଷା ଫଳ ପ୍ରକାଶ ପାଇଛି। ବିଭିନ୍ନ ବିଭାଗରେ ୯୩୭ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ମୌଲବୀ, ଆଲିମ୍‌ ପ୍ରି ଡିଗ୍ରୀ, ଆଲିମ୍‌, ଫଜିଲ୍‌-ଇ-ହଡିଥ୍‌ ଓ ଫଜିଲ୍‌-ଇ-ଉର୍ଦ୍ଦୁରେ ମୋଟ ପାସ୍‌ ହାର ୫୫ % ରହିଛି। ମାଦ୍ରାସା ବିଭିନ୍ନ ବିଭାଗରେ ମୋଟ ୧୨୩୮ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୩୭ଜଣ କୃତକାର୍ଯ୍ୟ ହୋଇଛନ୍ତି। ମୌଲବୀ ବା ଦଶମ ଶ୍ରେଣୀରେ ୫୨୪ ପିଲାଙ୍କ ମଧ୍ୟରୁ ୩୧୦ ଜଣ ପାସ୍‌ କରିଛନ୍ତି। ସେହିପରି ମାହିର ବା ଯୁକ୍ତ ୨ରେ ୨୯୨ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୨୯ଜଣ କୃତକାର୍ଯ୍ୟ ହୋଇଛନ୍ତି। ଆଲିମ ପ୍ରି ଡିଗ୍ରୀ ବା ଯୁକ୍ତ ୩ ପ୍ରି ଡିଗ୍ରୀରେ ୧୭୮ରୁ ୧୬୫ ଓ ଆଲିମ୍‌ ବା ଯୁକ୍ତ ୩ରେ ୧୪୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୦ ଜଣ ପାସ୍‌ କରିଛନ୍ତି। ସେହିପରି ଫଜିଲ-ଇ-ହଡିଥ୍‌ରେ ୩୨ରୁ ୩୦ ଏବଂ ଫିଜିଲ-ଇ-ଉର୍ଦ୍ଦୁରେ ୬୪ ଜଣ ପିଲାଙ୍କ ମଧ୍ୟରୁ ୬୦ଜଣ ସଫଳତା ପାଇଛନ୍ତି।

Share