ମଦ୍ୟପ ସ୍ବାମୀଙ୍କ ମାଡ଼ରେ ସ୍ତ୍ରୀ ମୃତ

ତାଳଚେର,୧୦।୯(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ଅନ୍ତର୍ଗତ ବଲଣ୍ଡା ଗୁରୁଦ୍ୱାର ଅଞ୍ଚଳରେ ଏକ ଅଭାନୀୟ ଘଟଣା ଘଟିଛି। ଜଣେ ମଦ୍ୟପ ସ୍ବାମୀଙ୍କ ମାଡ଼ରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ହେଲେ ଗୀତା ଚାମ୍ପିଆ (୩୫)ବର୍ଷ ।
ସୂଚନାଯୋଗ୍ୟ, ସୋମବାର ରାତିରେ ମୁନା ଚାମ୍ପିଆ ମଦ ପିଇ ଘରକୁ ଫେରିଥିଲେ। କାହିଁକି ମଦ ପିଉଛ ବୋଲି ଗୀତା ପଚାରିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ମୁନା ଉତ୍ତ୍ୟକ୍ତ ହୋଇ ଗୀତାଙ୍କୁ ମାଡ଼ମାରିବା ସହ ଠେଲି ଦେଇଥିଲେ। ଏକ ଇଟା କାନ୍ଥରେ ଗୀତାର ମୁଣ୍ଡ ବାଡ଼େଇ ହୋଇଯାଇଥିଲା। ଅଚେତ ଅବସ୍ଥାରେ ତାଙ୍କୁ ସେଠାରେ ଛାଡି ମୁନା ପଳାଇ ଯାଇଥିଲେ। ଅତ୍ୟଧିକ ରକ୍ତସ୍ରାବ ଯୋଗୁ ଘଟଣାସ୍ଥଳରେ ଗୀତାଙ୍କ ମୃତ୍ୟୁ ଘଟିଥିଲା। ମଙ୍ଗଳବାର ଖବରପାଇ ବିକ୍ରମପୁର ପୋଲିସ ପହଞ୍ଚି ତଦନ୍ତ ଚଳାଇବା ସହ ଥାନାରେ କେସ ନଂ. ୯୩/୧୯ରେ ଏକ ହତ୍ୟା ମାମଲା ରୁଜୁ
କରି ମୁନାଙ୍କୁ ଗିରଫ କରିଛି।