ମଦ କାରବାର ବନ୍ଦ ପ୍ରତିବାଦରେ ବିକ୍ଷୋଭ

ତାଳଚେର, ୧୨ା୬(ନି.ପ୍ର.): ତାଳଚେର ବ୍ଲକ କଣ୍ଡାଳ ପଞ୍ଚାୟତରେ ବେଆଇନ ମଦ କାରବାର ବନ୍ଦ କରାଯିବା ଦାବିରେ ବୁଧବାର ପଞ୍ଚାବାସୀ ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି। ପଞ୍ଚାୟତରେ ତାଳବେଡା, ବାଲୁଙ୍ଗା, ବନମାଳିପୁର, ବିଦ୍ୟାଧରପୁର, ଯଦୁନାଥପୁର, ମଦନମୋହନପୁର, ବାଲୁଙ୍ଗା ହଟିଙ୍ଗ ଆଦି ଅଞ୍ଚଳରେ କିଛି ଅସାମାଜିକ ଲୋକ ବେଆଇନ ଭାବେ ଘରେ ମଦ ରଖି ବିକ୍ରି କରୁଛନ୍ତି। ବୟସ୍କ ଲୋକଙ୍କଠାରୁ ଆମମ୍ଭ କରି ଯୁବକ ଓ ଛୋଟ ପିଲାମାନେ ମଦପିଇ ବିଶୃଙ୍ଖଳିତ ହେଉଛନ୍ତି। ଏଥିଯୋଗୁ ପରିବାରରେ ଅଶାନ୍ତି ସୃଷ୍ଟି ହେଉଛି। ଅନେକ ଲୋକଙ୍କ ମଦ୍ୟପାନ ଯୋଗୁ ମୃତ୍ୟୁ ଘଟିଥିଲେ ହେଁ ଅବକାରୀ ବିଭାଗ କି ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ତୁରନ୍ତ ଏହି ବେଆଇନ ମଦ କାରବାରକୁ ବନ୍ଦ କରାଯିବାକୁ ସେମାନେ ପ୍ରଶାସନଠାରେ ଦାବି କରିଛନ୍ତି। ସରପଞ୍ଚ ଧରିତ୍ରୀ ମହାପାତ୍ର, ନାଏବ ସରପଞ୍ଚ ମୀନକେତନ ଖୁଣ୍ଟିଆଙ୍କ ନେତୃତ୍ୱରେ ମହିଳାମାନେ ଶୋଭଯାତ୍ରାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପରେ ସହକାରୀ ଜିଲାପାଳ ଗୌରୀ ନାଏକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

Share