Categories: ଜାତୀୟ

ମଦ କିଣିବାକୁ ଦୁଇ ଦିନରେ ଦିଲ୍ଲୀ ସରକାର ଦେଇଛନ୍ତି ୪ ଲକ୍ଷରୁ ଊର୍ଦ୍ଧ୍ୱ ଇ-ଟୋକନ

ନୂଆଦିଲ୍ଲୀ,୯।୫: କରୋନା ଭାଇରସକୁ ନେଇ ଦେଶରେ ମେ’ ୪ ତାରିଖରୁ ଲକ୍‌ଡାଉନ ୩.୦ ଜାରି କରାଯାଇଛି। ମେ’ ୧୭ ପର୍ଯ୍ୟନ୍ତ ଏହା ଲାଗୁ କରାଯିବାକୁ ଥିବା ବେଳେ ଏହି ସମୟରେ ନିୟମରେ କିଛିଟା କୋହଳ କରାଯାଇଛି। ସରକାର ମଦ ବିକ୍ରିପାଇଁ ଅନୁମତି ଦେଇଥିବା ବେଳେ ସୋସିଆଲ ଡିଷ୍ଟାନିଂକୁ ଗୁରୁତ୍ୱ ଦେବାକୁ କହିଛନ୍ତି। ହେଲେ ରାଜଧାନୀ ଦିଲ୍ଲୀର ଅଧିକାଂଶ ସ୍ଥାନରେ ଲୋକେ ସୋସିଆଲ ଡିଷ୍ଟାନସିଂକୁ ପାଳନ ନ କରିବା ଫଳରେ ସରକାର ଇ-ଟୋକନ ବ୍ୟବସ୍ଥା ଜାରି କରିଥିଲେ। ଏବେ ଜଣାପଡିଛି କି ଗତ ୨ ଦିନ ମଧ୍ୟରେ ଦିଲ୍ଲୀ ସରକାର ପାଖାପାଖି ୪.୭୫ ଲକ୍ଷ ଇ-ଟୋକନ ଜାରି କରିଛନ୍ତି। ଏହା ଫଳରେ ଲୋକଙ୍କୁ ମଦ କିଣିବାର ସମୟ ରେଜିଷ୍ଟର ମୋବାଇଲ ମାଧ୍ୟମରେ ଦିଆଯାଉଛି। ଲୋକେ ଆଉ ଆଗୁଆ ଲାଇନରେ ନ ରହି ବା ସୋସିଆଲ ଡିଷ୍ଟାନସିଂର ଉଲ୍ଲଂଘନ ନ କରି ସୁବଧାରେ ମଦ କିଣିପାରୁଛନ୍ତି। ତେବେ ଇ-ଟୋକନ ପାଇଁ ଜଣେ ଗ୍ରାହକ ଆବେଦନ କରିବା ସମୟରେ ମଦ ଦୋକାନର ଠିକଣା, ନିଜ ମୋବାଇଲ ନମ୍ବର ଓ ଆଉ କିଛି ତଥ୍ୟ ଦେବାକୁ ପଡୁଛି।

Share