ଆର,ଉଦୟଗିରି,୧୫ା୪(ଡି.ଏନ୍‌.ଏ.)- ଗଜପତି ଜିଲାପାଳ ଅନୁପମ ସାହା ଏବଂ ଅବକାରୀ ଅଧ୍ୟକ୍ଷ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ଆର. ଉଦୟଗିରି ଅବକାରୀ ବିଭାଗ କର୍ମଚାରୀ ଆସିସାହି, ଖଜୁରିପଦା ଓ ସେରେଙ୍ଗ ଗ୍ରାମରେ ଚଢାଉ କରି ୩୭ ଲିଟର ଦେଶୀମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଆର୍‌.ଉଦୟଗିରି ଆସିସାହିର ସୁଭାଷ ରଇତ, ଖଜୁରିପଦାର ପୂର୍ଣ୍ଣିମା ପାଣି ଓ ସେରେଙ୍ଗ ଗ୍ରାମର ଲିଟୁ ପାଣି। ଆର.ଉଦୟଗିରି ଅବକାରୀ ଓଆଇସି ଜି. ସୁରିବାବୁ ଏବଂ ତାଙ୍କ କର୍ମଚାରୀମାନେ ଚଢାଉରେ ସାମିଲ ଥିଲେ। ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Share