ମଦ ଦୋକାନ ବନ୍ଦ ଦାବିରେ ମହିଳାଙ୍କ ରାସ୍ତାରୋକୋ

ରାଜନଗର, ୨୬।୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତ୍ରିନାଥ ବଜାରସ୍ଥିତ ଏକ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ବନ୍ଦ ଦାବିରେ ବୁଧବାର ଶତାଧିକ ମହିଳା ରାସ୍ତାରୋକୋ କରିଛନ୍ତି। ଫଳରେ ପଟ୍ଟାମୁଣ୍ଡାଇ-ରାଜନଗର ମୁଖ୍ୟରାସ୍ତାରେ ଯାନବାହନ ଚଳାଚଳ ଠପ୍‌ ହୋଇଯାଇଛି। ଶାନ୍ତିଲତା ବେହେରାଙ୍କ ନେତୃତ୍ୱରେ ମହିଳା ସୁରକ୍ଷା ମଞ୍ଚ ପକ୍ଷରୁ ଏହି ଆନ୍ଦୋଳନ ହୋଇଛି। ପୂର୍ବାହ୍ନ ୧୧ଟାରେ ରାଜନଗର, ଗୋପାଳପୁର, ଗର୍ଜନପୁର ପ୍ରଭୃତି ଆଖପାଖ ଗାଁର ମହିଳା ରାସ୍ତାରୋକୋ କରି ମଦ ଦୋକାନ ବନ୍ଦ କରିବା ପାଇଁ ଅଡ଼ିବସିଛନ୍ତି।