ମଦ ଦୋକାନ ଆଗରେ ଗଣ୍ଡଗୋଳ: ଆକ୍ରମଣରେ ୨ ପୋଲିସ ଅଧିକାରୀ ସମେତ ୭ ଗୁରୁତର

ବାହାନଗା, ୧୦।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁରଠାରେ ଥିବା ଏକ ସରକାରୀ ମଦ ଦୋକାନ ଆଗରେ ମଙ୍ଗଳବାର ଅପରାହ୍ନରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳରେ ଗୋପାଳପୁର ଫାଣ୍ଡି ପୋଲିସ ପହଞ୍ଚି ଦୁଇଗୋଷ୍ଠୀଙ୍କୁ ବୁଝାଶୁଝା କରୁଥିବା ବେଳେ ଗୋଟିଏ ଗୋଷ୍ଠୀର ୨୦ରୁ ୨୫ଜଣ ଯୁବକ ମାରଣାସ୍ତ୍ର ଓ ଠେଙ୍ଗାରେ ପାଲଟା ଆକ୍ରମଣ କରିଥିଲେ। ଏଥିରେ ଗୋପାଳପୁର ଫାଣ୍ଡି ଏସ୍‌ଆଇ ବଂଶୀଧର ପ୍ରଧାନ, ଏଏସ୍‌ଆଇ କ୍ରିଷ୍ଣା ପିଙ୍ଗୁଆ ଓ ୫ଜଣ କନଷ୍ଟେବଳ ଗୁରୁତର ହୋଇ ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ଖନ୍ତାପଡା ଥାନା ଅଧିକାରୀ ସଞ୍ଜୟ କୁମାର ପରିଡା, ଏସ୍‌ଡିପିଓ ପ୍ରଭାସ ପାଲ, ଅତିରିକ୍ତ ଏସ୍‌ପି ତପନ କୁମାର ମହାନ୍ତି, ଶେରଗଡ ଫାଣ୍ଡି ଅଧିକାରୀ ପ୍ରକାଶ ଗୋସ୍ବାମୀ ପ୍ରମୁଖ ଉପସ୍ଥିତ ହୋଇ ତଦନ୍ତ କରୁଛନ୍ତି। ଘଟଣାରେ ପୋଲିସ ୩ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ସୂଚନା ମିଳିଛି।

Share