ମଦ ଦୋକାନ ଆଗରେ ପିସିଆର ଭ୍ୟାନ୍‌ ଫଟୋ ଭାଇରାଲ ଘଟଣା: ପୋଲିସ କର୍ମଚାରୀଙ୍କୁ ବ୍ରେଥ ଆନାଲାଇଜରରେ ଯାଞ୍ଚ

ବାରିପଦା ଅଫିସ,୪ା୧୦-ବାରିପଦା ସହର ପାଳବଣି ବାଏପାସସ୍ଥିତ ଏକ ବିଦେଶୀ ମଦଦୋକାନ ସମ୍ମୁଖରେ ପୋଲିସର ପିସିଆର ଭ୍ୟାନ ଗୁରୁବାର ଅପରାହ୍ନ ପ୍ରାୟ ୨ ଟା ୪୫ ସମୟରେ ଠିଆ ହୋଇଥିଲା। ମଦଦୋକାନ କାଉଣ୍ଟର ନିକଟରେ ପୋଲିସ କର୍ମଚାରୀମାନେ ଠିଆ ହୋଇଥିଲେ। ଏହାର ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଫଳରେ ପୋଲିସ କର୍ମଚାରୀମାନେ ଡ୍ୟୁଟି ସମୟରେ ମଦ ଦୋକାନରେ ମଦ କିଣୁଥିବା ଓ ମଦ୍ୟପାନ କରି ଡ୍ୟୁଟି କରୁଥିବା ନେଇ ଆଲୋଚନା ହୋଇଥିଲା। ଏହି ଘଟଣା ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମଦାସଙ୍କ ନଜରକୁ ଆଣିବା ପରେ ସେ ତୁରନ୍ତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପିସିଆର ଭ୍ୟାନର ସମସ୍ତ କର୍ମଚାରୀଙ୍କୁ ବ୍ରେଥ ଆନାଲାଇଜରରେ ଯାଞ୍ଚ କରାଯାଇଥିଲା। ତେବେ ଯାଞ୍ଚ ବେଳେ କୌଣସି କର୍ମଚାରୀଙ୍କ ମୁହଁରୁ ଆଲକୋହଲର ପରିମାଣ ବାହାରି ନ ଥିଲା। ମଦ ଦୋକାନରେ ଗଣ୍ଡଗୋଳ ହୋଇଥିବାରୁ ପୋଲିସ କର୍ମଚାରୀମାନେ ସେଠାକୁ ଯାଇଥିଲେ ବୋଲି ଏସ୍‌ପି କହିଛନ୍ତି।

Share