ରାଜନଗର,୮।୮(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର-ଭିତରକନିକା ମୁଖ୍ୟରାସ୍ତାର ଭିତରଗଡ଼ ପଞ୍ଚାୟତରେ ନୂତନ ଭାବେ ଖୋଲା ଯାଇଥିବା ବିଦେଶୀ ମଦ ଦୋକାନ ଉଚ୍ଛେଦ ଦାବିରେ ଭିତରଗଡ଼ ପଞ୍ଚାୟତର ମହିଳାମାନେ ବୁଧବାରଠାରୁ ଆନ୍ଦୋଳନ ଚଳାଇଛନ୍ତି। ମଦ ଦୋକାନ ଉଚ୍ଛେଦ ନ ହେବା ଯାଏ ଏହି ଅନଶନ ଜାରି ରହିବ ବୋଲି ମହିଳାମାନେ କହିଛନ୍ତି। ବର୍ଷାକୁ ଖାତିର ନ କରି ମହିଳାମାନେ ରାସ୍ତା ଉପରେ ଠିଆ ହୋଇ ରହିଛନ୍ତି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।