ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ପ୍ରତିବାଦ କଲେ ମହିଳା

ଭଦ୍ରକ ଅଫିସ,୩୦।୧୧: ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଭଦ୍ରକ ଜିଲା ଶାଖା ପକ୍ଷରୁ ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି। ସରକାରଙ୍କ ବହୁଳ ମଦ ଦୋକାନ ଖୋଲାଯିବା ନିଷ୍ପତ୍ତିକୁ ବଦଳାଇବା ଦାବିରେ ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ଜିଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।