ମଦ ଦୋକାନ ଖୋଲିବା ପରେ ଗ୍ରାହକଙ୍କ ପ୍ରବଳ ଭିଡ଼

ନିଶ୍ଚିନ୍ତକୋଇଲି,୨୫ା୫(ସ୍ବ.ପ୍ର.): ରାଜ୍ୟ ସରକାର ମଦଦୋକାନ ଖୋଲିବା ନେଇ ସୂଚନା ଦେବା ପରେ ନିଶ୍ଚିନ୍ତକୋଇଲି ଅବକାରୀ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅବକାରୀ ଇନ୍ସପେକ୍ଟର ସିମାଚଳ ରାୟ ବିଭିନ୍ନ ଅପ୍‌ ଓ ଅନ୍‌ ମଦଦୋକାନକୁ ଯାଇ ଷ୍ଟକ୍‌ ତନଖି କରିଛନ୍ତି। ଅପରପକ୍ଷରେ ମଦ ଦୋକାନ ଖୋଲିବା ଖବର ପାଇବା ପରେ ଦୋକାନରେ ଭିଡ଼ ଦେଖିବାକୁ ମିଳିଛି। ତେବେ ସରକାର ଅନ୍‌ଲାଇନ୍‌ରେ ମଦ ବିକିବାକୁ ନିର୍ଦ୍ଦେଶ ନାମ ଦେଇଥିବା ବେଳେ ଦୋକାନୀମାନେ ମଧ୍ୟ କର୍ମଚାରୀଙ୍କ ଜରିଆରେ ଘରେ ମଦ ଯୋଗାଇବେ ବୋଲି ପ୍ରକାଶ କରିଛନ୍ତି। ତେବେ ପୂର୍ବରୁ କମ୍‌ ଦାମରେ କିଣିଥିବା ମଦକୁ ବର୍ତ୍ତମାନ ଚଢ଼ା ଦାମ୍‌ରେ ବିକିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ସରକାର ପୁରୁଣା ଷ୍ଟକ୍‌ ଉପରେ ଟ୍ୟାକ୍ସ ବସାଇବେ କି ନାହିଁ ସେନେଇ କୌଣସି ସୂଚନା ମିଳିନାହିଁ ।

Share