Categories: ଫୁରସତ

ମଦ ନିଶାରେ ନାଗସାପ ସହ ଖେଳ: ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ

ସାଧାରଣତଃ ସାପକୁ ଦେଖିଲେ ଲୋକେ ଭୟରେ ଥରି ଉଠନ୍ତି। ମାତ୍ର ଜଣେ ବ୍ୟକ୍ତି ମଦ ନିଶାରେ ଏକ ନାଗସାପ ସହ ଖେଳୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିକୁ ଯିଏ ଦେଖିବ ସେ ନିଶ୍ଚିତ ଡରିଯିବ। ମାତ୍ର ସଂପୃକ୍ତ ବ୍ୟକ୍ତି ଜଣକ ଆରାମରେ ସାପ ସହ ଖେଳି ଚାଲିଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନ ଦୌସା ଜିଲାର ଗୁଢ଼ାକାଟଲା ଗାଁରେ। ଏହି ବ୍ୟକ୍ତିଙ୍କ ନାମ ହେଉଛି ପ୍ରକାଶ ମହାବର। ମଦନିଶାରେ ପ୍ରାୟ ଅଧଘଣ୍ଟା ଧରି ସେ ସାପ ସହ ଖେଳିଥିବା ଭିଡିଓରେ ଦେଖିବାକୁ ମିଳିଛି। କେତେବେଳେ ସାପ ମୁହଁରେ ମୁହଁ ଲଗାଇ ଦେଉଛନ୍ତି ତ ଆଉ କେତେବେଳେ ତା’ ଲାଙ୍ଗୁଡ଼ ଧରି ଭିଡ଼ି ଫିଙ୍ଗି ଦେଉଛନ୍ତି। ଭିନ୍ନ ଭିନ୍ନ ଢଙ୍ଗରେ ସେ ସାପ ସହ ଖେଳୁଛନ୍ତି। ଏପରିକି ନିଶାରେ ସାପକୁ ବେଳେବେଳେ ବେକରେ ପକାଇ ଦେଉଛନ୍ତି। ଗ୍ରାମବାସୀ ଏହା ଦେଖି ତାଙ୍କୁ ସାପ ନିକଟରୁ ଦୂରେଇ ଯିବାକୁ କହୁଥିଲେ ହେଁ ସେ କାହା କଥାକୁ ଧ୍ୟାନ ନ ଦେଇ ସାପ ସହ ଖେଳି ଚାଲିଥିଲେ। ଶେଷରେ ସାପଟି ଦଂଶନ କରିବାରୁ ଗ୍ରାମବାସୀ ତାଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତାଙ୍କ ଅବସ୍ଥା ଏବେ ଗୁରୁତର ଥିବା ଜଣାପଡ଼ିଛି।

Share