ମଦ ପାଇଁ ଅଭିନୟଠାରୁ ଦୂରେଇ ଯାଇଥିଲେ ଏହି ଅଭିନେତ୍ରୀ

ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସଫଳ ତଥା ଚର୍ଚ୍ଚିତ ଅଭିନେତ୍ରୀ ଶ୍ରୁତି ହାସନ। ସେ ବଲିଉଡ୍‌ ସିନେମାରେ ମଧ୍ୟ କାମ କରିସାରିଛନ୍ତି। ବିଗତ କିଛି ଦିନ ହେବ ଶ୍ରୁତି ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍‌ ଚର୍ଚ୍ଚାରେ। ନିକଟରେ ଶ୍ରୁତି ଏମିତି କିଛି କହିଛନ୍ତି, ଯାହା ଶୁଣି ସିନେପ୍ରେମୀ ତଥା ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏକଦା ଶ୍ରୁତିଙ୍କର ମଦ ପିଇବା ଅଭ୍ୟାସରେ ପରିଣତ ହୋଇଥିଲା। ଏହାର ପ୍ରଭାବ ତାଙ୍କ ଅଭିନୟ କ୍ୟାରିୟର ଉପରେ ମଧ୍ୟ ପଡିଥିଲା। ଏତେ ମାତ୍ରାରେ ମଦ ପିଉଥିଲେ ଯେ, ଅସୁସ୍ଥ ହୋଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା। ତେଣୁ ସେ କିଛି ଦିନ ପର୍ଯ୍ୟନ୍ତ ଅଭିନୟରୁ ଦୂରେଇ ଯାଇଥିଲେ। ଗତ ବର୍ଷଠାରୁ ସେ ସମ୍ପୂର୍ଣ୍ଣଭାବେ ମଦଠାରୁ ଦୂରେଇ ଅଛନ୍ତି। ମଦକୁ ଛୁଇଁ ନ ଥିବା ଶ୍ରୁତି କହିଛନ୍ତି।

Share