Categories: ଜାତୀୟ

ମଦ ପିଇବାକୁ ମନାକରିବାରୁ ଯବାନଙ୍କୁ ପିଟିଲେ ଆର୍ମି ମେଜର

ପୁଣେ, ୧୦।୬: ସାଙ୍ଗ ହୋଇ ମଦ ପିଇବାକୁ ମନାକରିବାରୁ ଜଣେ ଯବାନଙ୍କୁ ପିଟିଛନ୍ତି ଆର୍ମି ମେଜରଙ୍କ ସହ ତିନି ଯବାନ। ପୁଣେର ଅର୍ଦ୍ଧ ସୈନ୍ୟ ଷ୍ଟେଶନ ବାରାକରେ ଏଭଳି ଘଟଣା ଘଟିଛି। ଜୁନ୍‌ ୩ ରେ ଏଭଳି ଘଟଣା ଘଟିବା ପରେ ପୀଡିତ ଯୁବକଙ୍କ ଜଣଙ୍କ ବେହୋସ ହୋଇପଡିଥିଲେ। ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ହୋସ ଆସିବା ପରେ ପୋଲିସ ବୟାନ ରେକର୍ଡ କରି ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ, ଜୁନ ୩ ତାରିଖ ରାତିରେ ଆର୍ମି ମେଜର ଏବଂ ୩ଯବାନ ମିଶି ମଦ୍ୟପାନ କରୁଥିଲେ। ୨୬ବର୍ଷୀୟ ପୀଡିତ ତାଙ୍କ ନିକଟକୁ ଯିବାରୁ ସେମାନେ ତାଙ୍କୁ ମଦ ପିଇବାକୁ ବାଧ୍ୟ କରିଥିଲେ। ସେ ମଦ ପିଅନ୍ତି ନାହିଁ ବୋଲି କହିବାରୁ, ତାଙ୍କୁ ପ୍ରବଳ ପିଟିଥିଲେ ବୋଲି ସେ ପୋଲିସରେ ଅଭିଯୋଗ କରିଛନ୍ତି।

Share