ମଦ ପିଇ ୧୧ ମହଲା ଝରକାରୁ ଖସିପଡ଼ି ଯୁବକ ମୃତ

ଭୁବନେଶ୍ୱର: ୨୪।୬(ବ୍ୟୁରୋ): ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ସୋମବାର ସକାଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକ ଜଣଙ୍କ ମଦ ପିଇ ୧୧ ମହଲାରୁ ଖସିପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ ହେଲେ ଦୟାନିଧି ସାହାଣୀ।
ପ୍ରକାଶ ଯେ, ନୟାପଲ୍ଲୀ କ୍ରିଷ୍ଣା ଆପାର୍ଟମେଣ୍ଟର ୧୧/୭ ଘରେ ଦୟାନିଧି ରହୁଥିଲେ। ସେ ଅତ୍ୟଧିକ ମଦ୍ୟପାନ କରି ଝରକା ନିକଟରେ ବସିଥିବା ବେଳେ ତଳକୁ ଖସିପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇଁ ନୟାପଲ୍ଲୀ ଥାନା ପୋଲିସ ପହଞ୍ଚି ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Share