ମଦ ଫ୍ୟାକ୍ଟ୍ରି ଖୋଲିବାକୁ ୧୧ ଜିଲାପାଳଙ୍କୁ ଅନୁମତି

କଟକ ଅଫିସ,୧୬।୫: ଲକ୍‌ଡାଉନ ସରିବା ପରେ ମଦ ଦୋକାନ ଖୋଲିବ। କିନ୍ତୁ ବର୍ତ୍ତମାନ ଯେତିକି ମଦ ମହଜୁଦ ରହିଛି, ତାହା ଅଳ୍ପ ଦିନରେ ଶେଷ ହୋଇଯିବ। ଏଣୁ ମଦ ଫ୍ୟାକ୍ଟ୍ରିଗୁଡିକ ଖୋଲିବା ଦିଗରେ ପଦକ୍ଷେପ ନେବାକୁ ୧୧ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଅବକାରୀ କମିଶନର ଅଞ୍ଜନ କୁମାର ମାଣିକ। ଉକ୍ତ ଜିଲାଗୁଡ଼ିକ ହେଲା, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ରାୟଗଡ଼ା, ସମ୍ବଲପୁର, ପୁରୀ, ଖୋର୍ଦ୍ଧା, କୋରାପୁଟ, ଜଗତ୍‌ସିଂହପୁର, କଟକ ଏବଂ ବଲାଙ୍ଗୀର।
ଚିଠିରେ ଉଲ୍ଲେଖ କରାଯାଇଛି ଯେ, ମଦ ଫ୍ୟାକ୍ଟ୍ରି (ବଟଲିଂ/ବ୍ରୁରିଜ ୟୁନିଟ)ଗୁଡିକରେ ଷ୍ଟକର ଯାଞ୍ଚ କରାଯାଇଛି। ଓଡ଼ିଶା ଷ୍ଟେଟ ବେଭ୍‌ରେଜ କର୍ପୋରେଶନ ଲିମିଟେଡ (ଓଏସ୍‌ବିସିଏଲ)ର ଗୋଡାଉନ ସହିତ ଥିବା ଉତ୍ପାଦନ ୟୁନିଟଗୁଡିକରେ ଷ୍ଟକ ପୋଜିଶନ ବହୁତ କମ୍‌ ରହିଛି। ଲକ୍‌ଡାଉନ ଖୋଲିବା ପରେ ମଦ ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଯଥେଷ୍ଟ ନୁହେଁ। ଏଣୁ ଫ୍ୟାକ୍ଟ୍ରିଗୁଡିକ ଖୋଲିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରାଯାଇଛି। କୋଭିଡ-୧୯ ନିର୍ଦ୍ଦେଶାବଳୀ ଅର୍ଥାତ୍‌ ସାମାଜିକ ଦୂରତା, ୬ ଫୁଟ ବ୍ୟକ୍ତିଗତ ଦୂରତା, ମାସ୍କ ପିନ୍ଧିବା, ବାରମ୍ବାର ପରିମଳ କରିବାକୁ ଫ୍ୟାକ୍ଟ୍ରି କତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ଜିଲାପାଳଙ୍କୁ କୁହାଯାଇଛି।

Share