ମଦ ବନ୍ଦ ପାଇଁ ମହିଳା ସଂଘର ମେଳି

ତୁମୁଡିବନ୍ଧ,୧୦।୬(ଡି.ଏନ୍‌.ଏ.)- ତୁମୁଡିବନ୍ଧ ଅଞ୍ଚଳରେ ଦେଶୀ ଓ ବିଦେଶୀ ମଦ ଚୋରା କାରବାର ବୃଦ୍ଧି ପାଉଛି। ଝିରିପାଣି ପଞ୍ଚାୟତର ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ଏକାଠି ହୋଇ ପଞ୍ଚାୟତସ୍ତରୀୟ ମହିଳା ସଂଘ ଗଠନ କରି ମଦ ବିକ୍ରି ବନ୍ଦ ପାଇଁ ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଝିରିପାଣି ପୁରୁଣା ସାହିଠାରେ ବୈଠକ କରିଥିଲେ। ସଭାନେତ୍ରୀ ଭାବେ ପୂର୍ଣ୍ଣମୀ ପାତ୍ର ଓ ସମ୍ପାଦକ ଭାବେ ପଦ୍ମତୋଳା ପାତ୍ର ଉପସ୍ଥିତ ମହିଳାମାନଙ୍କୁ ଦେଶୀ ଓ ବିଦେଶୀ ମଦ ବନ୍ଦ କରିବା ନେଇ ଆଲୋଚନା କରିଥିଲେ। ଅନୁନ୍ନତ ଝିରିପାଣି ପଞ୍ଚାୟତରେ ବ୍ୟାପକ ମଦ କାରବାର ଯୋଗୁ ବହୁ ପରିବାରରେ ଅଶାନ୍ତି ସୃଷ୍ଟି ହେଉଛି। ଆସନ୍ତା ମଙ୍ଗଳବାର ପଞ୍ଚାୟତର ସମସ୍ତ ଗ୍ରାମର ମହିଳାମାନେ ଏକାଠି ହୋଇ ମଦବନ୍ଦ ପାଇଁ ଝିରିପାଣି ଠାରେ ଏକ ଶୋଭାଯାତ୍ରା କରାଯିବ ବୋଲି କହିଛନ୍ତି ସମ୍ପାଦିକା ପଦ୍ମତୋଳା ପାତ୍ର। ଏନେଇ ସ୍ଥାନୀୟ ପୋଲିସ, ସରପଞ୍ଚ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଉପଜିଲାପାଳ ବାଲିଗୁଡା, ବିଧାୟକ ବାଲିଗୁଡା, ଏମ୍‌ପି କନ୍ଧମାଳଙ୍କୁ ମଧ୍ୟ ଅବଗତ କରାଯିବ ବୋଲି ସଭାନେତ୍ରୀ ପୂର୍ଣ୍ଣମୀ ପାତ୍ର କହିଛନ୍ତି।

Share