ମଦ ବିରୋଧରେ ତାତିଲେ ମହିଳା

ଫୁଲବାଣୀ ଅଫିସ, ୨୯ା୮-ଜି.ଉଦୟଗିରି ବ୍ଲକ କଳିଙ୍ଗା ଗ୍ରାମରେ ବ୍ୟାପକ ଦେଶୀ ଏବଂ ବିଦେଶୀ ମଦ କାରବାର ଚାଲିଛି ା ଥାନା ପାଖରୁ ମାତ୍ର ଅଳ୍ପ ଦୂରରେ ଦେଶୀ ମଦ ରନ୍ଧା ଯାଉଛି। ପୋଲିସ କି ଅବକାରୀ ବିଭାଗ କେହି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଓଲଟା ସେମାନଙ୍କୁ ଏହି କାରବାରରେ ସହଯୋଗ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି କଳିଙ୍ଗା ଅଞ୍ଚଳର ମହିଳା ତଥା ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟମାନେ ା ୧୦୦ରୁ ଉର୍ଦ୍ଧ୍ୱ ମହିଳା ଫୁଲବାଣୀ ଆସି ଅବକାରୀ ଅଧିକ୍ଷକ, ଜିଲାପାଳଙ୍କୁ ଭେଟିବା ସହ ଏ ସଂକ୍ରାନ୍ତରେ ଦାବିପତ୍ର ପ୍ରଦାନ କରିଛନ୍ତି।
କଳିଙ୍ଗାରେ ଗ୍ରାମରେ ଦେଶୀ ଏବଂ ବିଦେଶୀ ମଦ କାରବାର ବେଧଡକ ଚାଲିଛି ା କଳିଙ୍ଗା ଛକ, ଅଙ୍ଗନୱାଡି କେନ୍ଦ୍ର, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଏବଂ ପୋଲିସ ବିଟ୍‌ ହାଉସ ଥିବା ସତ୍ତ୍ୱେ ଚତୁପାର୍ଶ୍ୱରେ ବେଆଇନ ମଦ କାରବାର ଚାଲୁଛି ା ଦିନକୁ ଦିନ ଅସାମାଜିକଙ୍କ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି ା ପୋଲିସ ସବୁ ଜାଣି ମଧ୍ୟ ଚୁପ୍‌ ରହୁଛି ା ସେହିପରି ଅବକାରୀ ବିଭାଗ ମଧ୍ୟ ଚଢ଼ାଉ କରୁନାହିଁ। ୧୫ ଦିନ ମଧ୍ୟରେ ଏ ଦିଗରେ ପଦକ୍ଷେପ ନିଆ ନ ଗଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ମହିଳା ଗୋଷ୍ଠୀ ସଦସ୍ୟାମାନେ ଚେତାବନୀ ଦେଇଛନ୍ତି। ଏସ୍‌ପିଙ୍କ ସହ କଥା ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଥିବା ଗୋଷ୍ଠୀ ସଭ୍ୟା ଜୁଲିମା ନାୟକ, ଗୀତାଞ୍ଜଳି ନାୟକ, ସରମା ପ୍ରଧାନ, କାଜଲ ଦିଗାଲ, ଜ୍ଞାନି ନାୟକ, ମମତା ନାୟକ, ପ୍ରମିଳା ପ୍ରଧାନ, ନିବେଦିତା ପ୍ରଧାନ, ଖୁସ୍‌ବୁ ନାୟକ ପ୍ରମୁଖ ପ୍ରକାଶ କରଛନ୍ତି।

Share