ମଦ ବିରୋଧୀ ପଥପ୍ରାନ୍ତ ସଭା

ଯଶିପୁର,୧୧ା୧୨(ଡି.ଏନ୍‌.ଏ.)-ଅଲ୍‌ ଇଣ୍ଡିଆ ଡିଏସ୍‌ଓ ଏବଂ ଡିଓ୍ବାଇଓ ପକ୍ଷରୁ ମଙ୍ଗଳବାର ଯଶିପୁର ନୂଆ ବସ୍‌ ଷ୍ଟାଣ୍ଡଠାରେ ମଦ ବିରୋଧୀ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। ସଂଗଠନର କର୍ମକର୍ତ୍ତା ଓ ଯୁବଛାତ୍ରମାନେ ବିଭିନ୍ନ ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନ କରିଥିଲେ। ମନୋଜ ମହାନ୍ତଙ୍କ ସଭାପତିତ୍ୱରେ ଆୟୋଜିତ ପଥପ୍ରାନ୍ତ ସଭାରେ ଡିଓ୍ବାଇଓ ମୟୂରଭଞ୍ଜ ଜିଲା ସମ୍ପାଦକ ଲଳିତ ମହାନ୍ତ, ଡିଏସଓ ଜିଲା ସାଂଗଠନିକ ସଭାପତି ମଧୁସୂଦନ ନାଏକ ଓ ଫୁଲଚାନ୍ଦ ଲୋହାର ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ଅତିଥିଭାବେ ଏସୟୁସିଆଇ ରାଜ୍ୟ କମିଟି ସଦସ୍ୟ ତଥା ପୂର୍ବତନ ବିଧାୟକ କମ୍ରେଡ ଶମ୍ଭୁନାଥ ନାଏକ ଯୋଗଦେଇ ନିଶା ବିରୋଧରେ ଯୁବପିଢୀ ଏକଜୁଟ ହେବାକୁ ଆହ୍ବାନ ଦେଇଥିଲେ।