ମଦ ବିରୋଧୀ ଶୋଭାଯାତ୍ରା

କପ୍ତିପଦା,୨୦ା୧୧(ଡି.ଏନ୍‌.ଏ.)- ଆସନ୍ତା ୨୭ ତାରିଖରେ ଭୂବନେଶ୍ୱର ପିଏମଜି ଛକ ଠାରେ ଏଆଇଡିୟୁଓ ସଂଗଠନ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେବ। ନୂତନ ମୋଟର ଯାନ ଆଇନରେ ବର୍ଦ୍ଧିତ ଜରିମାନା ରାଶି ପ୍ରତ୍ୟାହାର ଓ ରାଜ୍ୟରେ ମଦକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ଦାବିରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହେବ। ଏନେଇ ମଙ୍ଗଳବାର କପ୍ତିପଦା ବ୍ଲକ୍‌ ଅଧୀନ ଶରତଠାରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସମା ସିଂ ନେତୃତ୍ୱରେ ଶରତ କଲେଜ ଛକରୁ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ବିର୍ସାମୁଣ୍ଡା ଛକରେ ପହଞ୍ଚିଥିଲା ା ସେଠାରେ ଏ ସମ୍ପର୍କରେ ଉପସ୍ଥିତ ଯୁବତୀ ଯୁବକମାନଙ୍କୁ ସଚେତନ କରାଯିବା ସହିତ ସେଦିନ ଅଞ୍ଚଳରୁ କିପରି ଅଧିକ ସଂଖ୍ୟାରେ ଯୁବତୀଯୁବକ ଯୋଗଦେବେ ସେଥିପାଇଁ ଆହ୍ବାନ ଦିଆଯାଇଥିଲା।