ବେଗୁନିଆପଡା,୧ା୪(ଡି.ଏନ.ଏ.)- ବେଗୁନିଆପଡ଼ା ଫାଣ୍ଡି ଚନ୍ଦନପୁର ପଞ୍ଚାୟତର ମୁଣ୍ଡୁଳ ଗ୍ରାମରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦେଶୀ ମଦ ଜବତ କରି ମଦ ବେପାରୀଙ୍କୁ ପୋଲିସ ଜିମା ଦେଇଛନ୍ତି। ଗତ ୨ ମାସ ତଳେ ଏହି ଗ୍ରାମରେ ମଦ ବନ୍ଦ କରିବା ପାଇଁ ସମସ୍ତେ ଏକଜୁଟ ହୋଇ ସବୁ ସାହି ପରିକ୍ରମା କରିଥିଲେ। ବୁଧବାର ପୁଣି ସେହି ମହିଳା ଗୋଷ୍ଠୀ ଦେଶୀ ମଦ ଜବତ କରି ୨ ମଦ ବେପାରୀଙ୍କୁ ଧରି ବେଗୁନିଆପଡ଼ା ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ମଦ ଜବତ କରିବା ସହ ସମ୍ପ୍ୟକ୍ତ ବ୍ୟବସାୟୀଙ୍କୁ ହେପାଜାତକୁ ନେଇଥିଲେ।