ମଦ ବୋଝେଇ ଟ୍ରକ୍‌ ଦୁର୍ଘଟଣା ଗ୍ରସ୍ତ

ଉଦଳା,୧୪ା୧୦(ଡି.ଏନ୍‌.ଏ.): ଯଶିପୁର ଅଭିମୁଖେ ଯାଉଥିବା ଏକ ମଦ ବୋଝେଇ ଟ୍ରକ ଶନିବାର ବିଳମ୍ବିତ ରାତିରେ ଉଦଳା ଥାନା ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୋଲିସ ଟ୍ରକ ସହ ମଦ ଜବତ କରିଛି। ଟ୍ରକରେ ଥିବା ୩ଶହ ପେଟି ବିଦେଶୀ ମଦ ଯଶିପୁରଠାରେ ଥିବା ଏକ ଲାଇସେନ୍ସପ୍ରାପ୍ତ ମଦ ଦୋକାନକୁ ଯାଉଥିବା ଜଣାଯାଇଛି। ଟ୍ରକର ଡ୍ରାଇଭର ବାଟ ଭୁଲି ଉଦଳା-ନୁଦଡିହା ରାସ୍ତାରେ ଯାଉଥିଲେ। ସେଠାରୁ ପୁଣି ଉଦଳା ଫେରି ଯଶିପୁର ଯିବାକୁ ବାହାରିଥିଲା ବେଳେ ଉର୍ମଳ ଛକ ନିକଟରେ ସାମ୍ନାରେ ଯାଉଥିବା ଏକ ଡମ୍ଫରକୁ ଧକ୍କା ଦେଇଥିଲେ। ଫଳରେ ଟ୍ରକ ଡ୍ରାଇଭର ଜଡା ମାଝୀ (୨୮) ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। ଉଦଳା ପୋଲିସ୍‌ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରିଥିଲା। ରବିବାର ଟ୍ରକର ମାଲିକ ଥାନାରେ ପହଞ୍ଚତ୍ ଗାଡିର କାଗଜପତ୍ର ସମେତ ମଦ ଚାଲାଣର ସମସ୍ତ କାଗଜପତ୍ର ଦେଖାଇଥିବା ଜଣାପଡିଛି।