ମଦ ବୋତଲରେ ଗାନ୍ଧିଜୀଙ୍କ ଛବି

ଜେରୁଜେଲମ୍‌,୪ା୭(ପି.ଟି.): ଇସ୍ରାଏଲ୍‌ର ୭୧ତମ ସ୍ବାଧୀନତାର ସ୍ମାରକୀ ସ୍ବରୂପ ସ୍ଥାନୀୟ ଏକ କମ୍ପାନୀ ଏହାର ମଦବୋତଲରେ ମହାତ୍ମା ଗାନ୍ଧୀଙ୍କ ଛବି ରଖି ବିବାଦୀୟ ହୋଇପଡ଼ିଛି। ଏହାଦ୍ୱାରା ଭାରତ ସରକାର ତଥା ଭାରତୀୟଙ୍କ ଭାବାବେଗକୁ ଆଘାତ ଦେଇଥିବାରୁ ସମ୍ପୃକ୍ତ କମ୍ପାନୀ କ୍ଷମାପ୍ରାର୍ଥନା କରିଛି। ରାଜ୍ୟ ସଭା ସଦସ୍ୟମାନେ ଏହି ପ୍ରସଙ୍ଗ ଉପରେ ଉଦ୍‌ବେଗ ପ୍ରକାଶ କରିବା ସହିତ ଗୃହର ଅଧ୍ୟକ୍ଷ ଭେଙ୍କାୟା ନାଇଡୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ଲାଗି ବୈଦେଶିକ ବ୍ୟାପାରମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ନିର୍ଦ୍ଦେଶ ଦେବାକୁ ନାଇଡୁଙ୍କୁ ପ୍ରସ୍ତାବ ଦେଇଥିଲେ। ଅନ୍ୟପକ୍ଷରେ ମାଲ୍‌କା ବିୟର କମ୍ପାନୀ ଭାରତ ସରକାର ତଥା ଜନସାଧାରଣଙ୍କ ଭାବାବେଗକୁ ଆଘାତ ଦେଇଥିବାରୁ କ୍ଷମାପ୍ରାର୍ଥନା କରିଥିବା କମ୍ପାନୀର ବ୍ରାଣ୍ଡ ମ୍ୟାନେଜର ଗିଲାଡ ଡ୍ରୋର ପ୍ରକାଶ କରିଛନ୍ତି।

Share