ରାଇରଙ୍ଗପୁର,୩ା୫(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ହାଟବାଦଡ଼ା ନିକଟବର୍ତ୍ତି ତେଣ୍ଟପୋଷି ଗ୍ରାମର ଏକ ନାଳ ପାର୍ଶ୍ୱରେ ଚାଲିଥିବା ବେଆଇନ ମଦ ରନ୍ଧା ଭାଟି ଉପରେ ପୋଲିସ ଚଢାଉ କରି ୫୦ ଲିଟର ଦେଶୀ ମଦ ଜବତ କରିଛି। ଚଢ଼ାଉ ସୂଚନା ପାଇ ମଦ ବେପାରୀମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ପୋଲିସ ୨୦ କୁଇଣ୍ଟାଲ ପୋଚ ନଷ୍ଟ କରିଛି। ଏସ୍‌ଡିପିଓ ସ୍ନେହାଶିଷ ସାହୁଙ୍କ ନେତୃତ୍ୱରେ ଗ୍ରାମାଞ୍ଚଳ ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ,ଏସଆଇ ରାଜେଶ ଶତପଥୀ, ହାଟବାଦଡା ଫାଣ୍ଡି ଅଧିକାରୀ ବରୁଣ ଗିରି ପ୍ରମୁଖ ଚଢାଉରେ ସାମିଲ ହୋଇଥିଲେ। ଏନେଇ ଥାନାରେ ଏକ ମାମଲା(ନଂ.୫୧/୨୦୨୦) ରୁଜୁ ହୋଇଛି।

Share