ମଧୁବାଲା: ଦିଲ୍ଲୀପଙ୍କୁ ଭଲ ପାଇ କିଶୋରଙ୍କୁ କରିଥିଲେ ବିବାହ

ମୁମ୍ବାଇ: ବଲିଉଡ୍‌ ସୁନ୍ଦରୀ ଅଭିନେତ୍ରୀ ମଧୁବାଲାଙ୍କ ଜନ୍ମଦିନ ଶୁକ୍ରବାର ପାଳିତ ହେଉଛି। ସେ ୧୯୩୩ ଫେବୃୟାରୀ ୧୪ରେ ଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୁରାନାମ ବେଗମ୍‌ ମୁମତାଜ୍‌ ଜାହାଁ ଦେହଲବି ଥିଲା। ମଧୁବାଲାଙ୍କର ଘରେ ଭାଇ ଭଉଣୀ ସଂଖ୍ୟା  ଥିଲା ୧୧। ଏତେବଡ଼ ପରିବାରକୁ ଚଳାଇବା ପାଇଁ ତାଙ୍କ ବାପା ସକ୍ଷମ ନ ଥିଲେ। ଘରର ଆର୍ଥିକ ସ୍ଥତି ସ୍ବଚ୍ଛଳ ନ ଥିବାରୁ ସେ ଫିଲ୍ମ ଦୁନିଆରେ ୯ ବର୍ଷ ବୟସରେ ପାଦ ଦେଇଥିଲେ। ସେତେବେଳେ ଫିଲ୍ମରେ ଅଭିନୟ କରିବାକୁ ସମାଜରେ କେତେକ ଲୋକ ପସନ୍ଦ କରୁ ନ ଥିଲେ। ୧୯୪୭ରେ ଦେବିକା ରାଣୀ ତାଙ୍କ ନାମ ମଧୁବାଲା ରଖିଥିଲେ। ସେ ୭୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ମୁଗଲ-ଇ-ଆଜମ୍‌ ଶୁଟିଂ ସେଟ୍‌ରୁ ଦିଲ୍ଲୀପ କୁମାରଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଏହାକୁ ନେଇ ବଲିଉଡ୍‌ରେ ଚର୍ଚ୍ଚା ହୋଇଥିଲା। ତେବେ ପ୍ରେମରେ ଆସିଥିଲା ଭଟ୍ଟା। ମଧୁବାଲା ୧୯୬୦ରେ କିଶୋର କୁମାରଙ୍କୁ ବିବାହ କରିଥିଲେ। ଦୀର୍ଘ ଦିନଧରି ହୃଦରୋଗରେ ପୀଡିତ ହୋଇ ୧୯୬୯ ଫେବୃୟାରୀ ୨୩ରେ ମୁମ୍ବାଇଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

Share