ମଧୁମେହରୁ ମୁକ୍ତି ଦିଏ ମେଥିପାଣି

ଆୟୁର୍ବେଦରେ ମେଥିକୁ ସ୍ବାସ୍ଥ୍ୟ ଉପକାରୀ କୁହାଯାଇଥାଏ। ଅନ୍ୟପକ୍ଷରେ ଏହାକୁ ରୋଷେଇ ସମୟରେ ମଧ୍ୟ ମସଲା ରୂପେ ବ୍ୟବହାର କରାଯାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ମଧୁମେହ ରୋଗୀଙ୍କ ଲାଗି ମଧ୍ୟ ଏହା ଲାଭକାରୀ। ଏହା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ କରିବା ସହ ମଧୁମେହରୁ ମୁକ୍ତି ପାଇଁ ଏହାର ପାଣିକୁ ମଧ୍ୟ ବ୍ୟବହାର କରାଯାଏ।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ପ୍ରତିବର୍ଷ ମଧୁମେହ କାରଣରୁ ପ୍ରାୟ ୧.୬ ନିୟୁତ ଲୋକଙ୍କ ମୃତ୍ୟୁ ଘଟିଥାଏ।

ଏହାର ଚିକିତ୍ସା କରା ନ ଗଲେ ହାର୍ଟ, ଆଖି ଏବଂ କିଡ୍‌ନୀ ଉପରେ ପ୍ରଭାବ ପଡ଼ିଥାଏ। ତେବେ ମେଥିରେ ଏପରି କିଛି ଉପାଦାନ ଅଛି ଯାହା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିଥାଏ।

କିପରି ପ୍ରସ୍ତୁତ କରିବେ ମେଥି ପାଣି

– ରାତିରେ ୨ ଚାମଚ ମେଥିକୁ ପାଣିରେ ପକାଇ ଦିଅନ୍ତୁ। ସକାଳେ ପାଣିକୁ ଛାଣି ମେଥିକୁ ଅଲଗା କରି ଦିଅନ୍ତୁ। ମଧୁମେହ ରୋଗୀ ସକାଳୁ ଏହାକୁ ପିଇବା ଫଳରେ ଅନେକ ମଧୁମେହ ଆଶଙ୍କା ଦୂର ହୋଇଥାଏ।

– ଶରୀରର ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ମେଥିପାଣି ବେଶ ସହାୟକ ହୋଇଥାଏ। ଏହାକୁ ନିୟମିତ ସେବନ କଲେ ମଧୁମେହ ଆଶଙ୍କା ଦୂର ହୁଏ। ଏଥିରେ ଗାଲାକ୍ଟୋମେନନ୍‌ ନାମକ ଏକ ଫାଇବର ଥାଏ ଯାହା ରକ୍ତରେ ଶର୍କରା କମ୍‌ କରିଥାଏ।

– ପେଟ ଯନ୍ତ୍ରଣାରୁ ମୁକ୍ତି ପାଇବା ଲାଗି ମେଥି ଅତ୍ୟନ୍ତ ଉପକାରୀ।