Advertisement

ମଧୁମେହ କାବୁ କରିବ ଉପବାସ

ମଧୁମେହ ପୀଡ଼ିତଙ୍କ ପାଇଁ ରକ୍ତରେ ଶର୍କରା ଏବଂ ଓଜନ ନିୟନ୍ତ୍ରଣ ରଖିବା ଅତ୍ୟନ୍ତ ଜରୁରୀ। ଏଥିପାଇଁ ଡାକ୍ତର ରୋଗୀଙ୍କୁ ସନ୍ତୁଳିତ ଖାଦ୍ୟପାନୀୟ ଏବଂ ଡାଏଟିଙ୍ଗ୍‌ର ପରାମର୍ଶ ଦେଇଥାନ୍ତି। କିନ୍ତୁ ଅଷ୍ଟ୍ରେଲିଆସ୍ଥିତ ୟୁନିଭର୍ସିଟି ଅଫ୍‌ ସାଉଥ୍‌ ଅଷ୍ଟ୍ରେଲିଆର ବିଶେଷଜ୍ଞ ଦାବି କରିଛନ୍ତି, କ୍ୟାଲୋରୀ ନିୟନ୍ତ୍ରିତ କରୁଥିବା ଡାଏଟ୍‌ ସ୍ଥାନରେ ମଧୁମେହ ରୋଗୀ ସପ୍ତାହକୁ ଦୁଇ ଦିନ ଉପବାସ ରହିବା ଭଲ। ଗବେଷଣା ଅନୁସାରେ, ଏପ୍ରକାରେ ସପ୍ତାହକୁ ମଧୁମେହ ରୋଗୀଙ୍କ କ୍ୟାଲୋରୀ ୬୦୦ ରହିଥାଏ। ମୋଟାପଣ ଟାଇପ୍‌ ୨ ମଧୁମେହର ସବୁଠୁ ବଡ଼ କାରଣ। ଡାଏବେଟିସ୍‌ ନିୟନ୍ତ୍ରଣ କରିବାରେ କ୍ୟାଲୋରୀ ଆଧାରିତ ଡାଏଟ୍‌ ନେବା ସାଧାରଣ କଥା। କିନ୍ତୁ ଯକୃତରେ ଫ୍ୟାଟ୍‌ ଜମିବା ଦ୍ୱାରା ରକ୍ତରେ ଶର୍କରାକୁ କାବୁ କରିବା କଷ୍ଟକର ହୋଇଥାଏ। ଏହାଦ୍ୱାରା ଶରୀରରେ ଇନ୍‌ସୁଲିନ୍‌ ସହଜରେ କାମ କରିନଥାଏ। ପୂରା ସପ୍ତାହରେ ନିୟନ୍ତ୍ରିତ ଡାଏଟ୍‌ ନେବା ସମ୍ଭବ ନୁହେଁ; ବିଶେଷକରି ସେମାନଙ୍କ ପାଇଁ ଯେଉଁମାନେ ଗୋଟିଏ ପ୍ରକାର ଖାଇବା ପସନ୍ଦ କରନ୍ତି ନାହଁି। ଏଭଳି ସ୍ଥିତିରେ ଏମାନଙ୍କ ସ୍ବାସ୍ଥ୍ୟ ଆହୁରି ଖରାପ ହେବାର ସମ୍ଭାବନା ଥାଏ। ତେଣୁ ସପ୍ତାହକୁ ଦୁଇଦିନ ଉପବାସ ରହିବା ସବୁଠୁ ଉତ୍ତମ ବିକଳ୍ପ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel