ମଧୁମେହ ନିୟନ୍ତ୍ରଣ କରେ ସେଓ ଚା’

ଫିଟ୍‌ ରହିବାକୁ ଏପର୍ଯ୍ୟନ୍ତ ସମସ୍ତେ ଗ୍ରୀନ୍‌ ଟି ଏବଂ କଫି ପିଇବାରେ ବ୍ୟସ୍ତ ଅଛନ୍ତି। କିନ୍ତୁ ଜାଣନ୍ତି ଆପଲ୍‌ ବା ସେଓ ଚା’ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ? ଏହା କେବଳ ଓଜନ ନିୟନ୍ତ୍ରଣ କରେ ନାହିଁ ବରଂ ଶରୀରରେ ଥିବା ବିଭିନ୍ନ ପ୍ରକାର ରୋଗର ନିଦାନ ଏବଂ ନିୟନ୍ତ୍ରଣ ବି କରିଥାଏ। ସେଓରେ ମିନେରାଲ୍ସ, ଆଣ୍ଟିଅକ୍ସିଡାଣ୍ଟ ଭରପୂର୍‌ ମାତ୍ରାରେ ରହିଥାଏ। ଏହା ୟୁରୋପ୍‌ରେ ବେଶ୍‌ ଲୋକପ୍ରିୟ ଚା’। ଉଚ୍ଚରକ୍ତଚାପ ଏବଂ ମଧୁମେହ ନିୟନ୍ତ୍ରଣ ପାଇଁ ଏଠାକାର ଲୋକେ ସେଓ ଚା’କୁ ଅଗ୍ରାଧିକାର ଦେଇଥାନ୍ତି। ସେଓ ଚା’ରେ ଥିବା ଭିଟାମିନ୍‌ ପ୍ରଭାବୀ ଉପାୟରେ ଓଜନ ନିୟନ୍ତ୍ରଣ କରି ରୋଗପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ। ଏହାର ସେବନ ଦ୍ୱାରା ପାଚନ ତନ୍ତ୍ରରୁ ବିଷାକ୍ତ ପଦାର୍ଥ ସହଜରେ ନିଷ୍କାସିତ ହୋଇଯାଏ। ଆଣ୍ଟିଅକ୍ସିଡାଣ୍ଟ ବ୍ୟତୀତ ସେଓରେ ଥିବା ପ୍ରାକୃତିକ ସୁଗାର୍‌ ମେଟାବଲିଜିମ୍‌ ନିୟନ୍ତ୍ରଣ ରଖିବା ସହ ରକ୍ତରେ ଶର୍କରା ପରିମାଣକୁ ବଢ଼ିବାକୁ ଦିଏ ନାହିଁ । ଏଥିରେ କ୍ୟାଲୋରୀ ଆଦୌ ନଥାଏ। ତେଣୁ ବିନା ଦ୍ୱିଧାରେ ଏହାର ସେବନ କରିପାରିବେ।