ସ୍ବିଡିଶ୍ ନ୍ୟାଶନାଲ୍ ଡାଇବେଟିସ୍ ରେଜିଷ୍ଟର୍(ଏନ୍ଡିଆର୍)ର ଗବେଷକଙ୍କ ଅନୁସାରେ, ମଧୁମେହ ଯୋଗୁ କ୍ୟାନସର୍ ଆଶଙ୍କା ବଢ଼ିପାରେ। ମଧୁମେହରେ ପୀଡ଼ିତ ୨୦ ପ୍ରତିଶତ ରୋଗୀଙ୍କୁ କୋଲୋରେକ୍ଟଲ୍ କ୍ୟାନସର୍ ଏବଂ ୫ ପ୍ରତିଶତ ଲୋକଙ୍କୁ ସ୍ତନ କର୍କଟ ହେବାର ଭୟ ଥାଏ। ଯେଉଁମାନଙ୍କୁ ପ୍ରଥମେ କ୍ୟାନସର୍ ଏବଂ ପରେ ଡାଇବେଟିସ୍ ହୁଏ, ସେମାନଙ୍କ ମଧ୍ୟରେ ସ୍ତନ ଏବଂ ପ୍ରୋଷ୍ଟେଟ୍ କ୍ୟାନସର୍ ଯୋଗୁ ମୃତ୍ୟୁ ଆଶଙ୍କା ୨୫ ପ୍ରତିଶତରୁ ୨୯ ପ୍ରତିଶତ ବୃଦ୍ଧି ପାଇଥାଏ। ବିଶ୍ୱସ୍ତରରେ ପ୍ରାୟ ୪୧.୫ କୋଟିରୁ ଊର୍ଦ୍ଧ୍ୱ ଲୋକ ମଧୁମେହରେ ପୀଡ଼ିତ। ପ୍ରତି ୧୧ଜଣରେ ଜଣେ ବୟସ୍କ ମଧୁମେହରେ ପୀଡ଼ିତ। ୨୦୪୦ ବେଳକୁ ଏହି ସଂଖ୍ୟା ବୃଦ୍ଧିପାଇ ୬୪.୨ କୋଟି ହେବାର ସମ୍ଭାବନା ରହିଛି।