ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ବ୍ରୋକଲି

ବ୍ରୋକଲି ଏକ ଲୋକପ୍ରିୟ ପରିବା ହୋଇ ନ ଥିଲେ ମଧ୍ୟ ଶୀତଦିନେ ଏହା ବହୁଳ ମାତ୍ରାରେ ମିଳିଥାଏ। ବ୍ରୋକଲି ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିଫରେ ପ୍ରୋଟିନ୍‌, କ୍ୟାଲସିୟମ, କାର୍ବୋହାଇଡ୍ରେଟ୍‌, ଆଇରନ୍‌, ଭିଟାମିନ-ମ, ସି ଏବଂ ଅନେକ ପୋଷକ ତତ୍ତ୍ୱ ରହିଥାଏ। ଏହା ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ବ୍ରୋକଲି ଖାଇବା ଦ୍ୱାରା ସ୍ତନ କର୍କଟ, ଫୁସଫୁସ କର୍କଟ ରୋଗ ହେବାର ଆଶଙ୍କା କମ ହୋଇଥାଏ ବୋଲି ଏକ ଗବେଷଣାରୁ ଜଣାପଡିଛି। ବ୍ରୋକଲିରେ ଥିବା ପୋଷକ ତତ୍ତ୍ୱ ରକ୍ତ ସର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ। ମଧୁମେହ ରୋଗୀ ପ୍ରତିଦିନ ବ୍ରୋକଲି ଖାଇବା ଦ୍ୱାରା ସେମାନଙ୍କୁ ଲାଭ ମିଳିଥାଏ। ଗର୍ଭବତୀ ମହିଳାମାନଙ୍କ ପାଇଁ ବ୍ରୋକଲି ଖୁବ ଲାଭଦାୟକ ହୋଇଥାଏ।