ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ କଲରା

କଲରା ପାଟିକୁ ପିତା ଲାଗୁଥିଲେ ମଧ୍ୟ ଶରୀର ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। କଲରାରେ ଆଇରନ୍‌, ମାଗ୍ନେସିୟମ ଏବଂ ଭିଟାମିନ୍‌-ସି ଭଳି ପୋଷକ ତତ୍ତ୍ୱ ରହିଥାଏ। ମଧୁମେହ ରୋଗୀଙ୍କ ପାଇଁ କଲରା ଲାଭଦାୟକ। ଏହି ରୋଗୀ ପ୍ରତିଦିନ ସକାଳେ ଖାଲି ପେଟରେ ୨୦ ଗ୍ରାମ କଲରାକୁ ବାଟି ପିଇଲେ ଏକ ମାସ ମଧ୍ୟରେ ରକ୍ତ ଶର୍କରା ନିୟନ୍ତ୍ରଣ ହୁଏ। ପେଟ ତଥା କିଡନୀ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ କଲରା। ଏହାକୁ ନିୟମିତ ଭାବରେ ଖାଇବା ଏବଂ ଏହାର ରସ ପିଇବା ଦ୍ୱାରା ଶରୀରକୁ ବିଭିନ୍ନ ପ୍ରକାର ଲାଭ ମିଳିଥାଏ। କଲରା ଦୃଦ୍‌ରୋଗୀଙ୍କ ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ। ଏହା ଶରୀର ମଧ୍ୟରେ ଥିବା ଖରାପ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରିତ କରିଥାଏ। ଯାହାଦ୍ୱାରା ହୃଦଘାତ ଜନିତ ସମସ୍ୟାକୁ କିଛି ମାତ୍ରାରେ ଏଡାଇବା ସମ୍ଭବପର ହୋଇଥାଏ।